ଲଭ ଲାଇଫ ଉପରେ ବି କରୋନା ପକାଉଛି ପ୍ରଭାବ, ଏମିତି ରକ୍ଷା କରନ୍ତୁ ନିଜର ପ୍ରେମ ସମ୍ପର୍କ

ଏବେ ସାରା ଦେଶରେ କରୋନା ସଂକ୍ରମଣ ଆତଙ୍କ ଖେଳାଇଛି । ଗତ ଦୁଇ ବର୍ଷ ଧରି ଭାଇରସ ଯିବାର ନାଁ ଧରୁନି । ଭାଇରସର ପ୍ରଭାବ କେବଳ ଲୋକଙ୍କ ଜୀବନ ଜୀବିକା ଉପରେ ପଡିନାହିଁ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡିଛି । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଡେଲଟା ଠାରୁ ବି ଅଧିକ ସଂକ୍ରାମକ । ଏଥିପାଇଁ ହେଲ୍ଧ ଏକ୍ସପର୍ଟ ଲୋକଙ୍କୁ ଡବଲ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । କରୋନା ବିଶେଷକରି ପ୍ରଭାବ ପକାଇଛି ଫ୍ୟାମିଲ ଲାଇଫରେ । ପତି-ପତ୍ନୀଙ୍କ ମଧ୍ୟରେ ମଧ୍ୟ ଏହା ଦୁରତା ସୃଷ୍ଟି କରିଛି ।

ଏହି ସମୟରେ ବୟ ଫ୍ରେଣ୍ଡ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ ନକିହବା ଭଲ । ସେମାନେ ଆଉ ଆଗଭଳି ଖୋଲା ମେଲା ମିଶି ପାରୁନାହାଁନ୍ତି । କୋଭିଡ ସୃଷ୍ଟି କରିଛି ପ୍ରେମକ-ପ୍ରେମିକାଙ୍କ ମଧ୍ୟରେ ଅନ୍ତରାୟ । ଆସନ୍ତୁ ଜାଣିବା ଆପଣ କୋଭିଡ ସମୟରେ କିପରି ବଞ୍ଚାଇ ପାରିବେ ପ୍ରେମ ସମ୍ପର୍କକୁ ।

ଭିଡିଓ କଲ୍‌ରେ କଥା ହୁଅନ୍ତୁ : କରୋନା କାରଣରୁ ଯଦି ଆପଣ ମିଶି ପାରୁନାହାଁନ୍ତି ତେବେ ଭିଡିଓ କଲ ମାଧ୍ୟମରେ କଥା ହୁଅନ୍ତୁ । ଏହାଦ୍ୱାରା ଆପଣଙ୍କ ମଧ୍ୟରେ ଦୁରତା ଲୋପ ପାଇବା ସହ ପ୍ରେମ ସମ୍ପର୍କ ଜାରି ରହିବ ।

ମୋବାଇଲ ଦ୍ୱାରା ରୁହନ୍ତୁ ସଂଯୋଗ :  ମିଳିବାରେ ଯେଉଁ ମଜା ରହିଛି ତାହା ଅବଶ୍ୟ ଫୋନରେ ମିଳିବ ନାହିଁ । ତେବେ ପ୍ରେମ ଅପେକ୍ଷା ସୁରକ୍ଷା ଅଧିକ ଜରୁରୀ । ମୋବାଇଲ ଦ୍ୱାରା ଆପଣ ମେସେଜ ଓ କଲ କରି ସମ୍ପର୍କ ରଖି ପାରିବେ । ଏହାଦ୍ୱାରା ଆପଣ ଦୁରରେ ଥାଇ ବି ପାଖରେ ରହିପାରିବେ ।

ଅନ୍‌ଲାଇନ ଗିପ୍ଟ ପଠାନ୍ତୁ : ଯଦି ଆପଣ ଆପଣଙ୍କ ପ୍ରେମ ସମ୍ପର୍କକୁ ଜୀବନ୍ତ ରଖିବାକୁ ଚାହୁଁଛନ୍ତି ତେବେ ପାର୍ଟନରଙ୍କ ପାଇଁ ଅନ୍‌ଲାଇନରେ ଗିପ୍ଟ ପଠାନ୍ତୁ । ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ପ୍ରେମ କେବେ କମିବ ନାହିଁ ।

ମିଶନ୍ତୁ କିନ୍ତୁ ସୁରକ୍ଷା ମଧ୍ୟରେ : ଏବେ କରୋନା ଜାରି ରହିଥିଲେ ମଧ୍ୟ ଲକ୍‌ଡାଉନ ସ୍ଥିତି ନାହିଁ । ଯଦି ମିଶିବା ପାଇଁ ଚାହୁଁଛନ୍ତି ତେବେ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତୁ । ସୁରକ୍ଷା ସହ ଥରେ ଦୁଇଥର ମିଶି ପାରିବେ । ତେବେ ଦୁଇଜଣ ଡବଲ ମାକ୍ସ ପିନ୍ଧନ୍ତୁ । ଭିଡ ସ୍ଥାନକୁ ଯାଆନ୍ତୁ ନାହିଁ । ସର୍ବଦା ସୁରକ୍ଷିତ ସ୍ଥାନ ବାଛନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.