କରୋନା ଭାଇରସ

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୬୦୩କୁ ବୃଦ୍ଧି: ସଂକ୍ରମିତଙ୍କ ସଂଖ୍ୟା ୧୮୯୮୫, ମହାରାଷ୍ଟ୍ରରେ ସର୍ବାଧିକ ୪୬୬୯

ନୂଆଦିଲ୍ଲୀ: ଦେଶରେ ମଙ୍ଗଳବାର ସୁଦ୍ଧା କରୋନା ମୃତକଙ୍କ ସଂଖ୍ୟା ୬୦୩ କୁ ବୃଦ୍ଧି ପାଇଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୮୯୮୫ରେ । ସୋମାବାର ସଂଧ୍ୟା ପରଠୁ ମୃତକଙ୍କ ତାଲିକାରେ ୪୪ ଜଣଙ୍କ ନାମ ଯୋଡ଼ି ହୋଇଥିବା ବେଳେ ୧୩୨୯ ଟି ନୂଆ ମାମଲା ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏମାନଙ୍କ ମଧ୍ୟରେ ୧୫୧୨୨ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୩୨୫୯ ଜଣ ଭଲ ହୋଇ ଘରକୁ ଫେରିଛନ୍ତି । ଏହି ଚିକିତ୍ସାଧୀନ ଥିବା ରୋଗୀଙ୍କ ମଧ୍ୟରେ ୭୭ ଜଣ ବିଦେଶୀ ନାଗରିକ ଅଛନ୍ତି ।

ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧୭ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଥିବା ୪୪ ଜଣ ମୃତକଙ୍କ ମଧ୍ୟରୁ ୧୧ ଜଣ ରାଜସ୍ଥାନ, ୧୦ ଜଣ ଗୁଜୁରାଟ, ୯ ଜଣ ମହାରାଷ୍ଟ୍ର, ୩ ଜଣ ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ,ଦିଲ୍ଲୀ,ତାମିଲନାଡୁ ଓ ତେଲେଙ୍ଗାନାରୁ ୨ ଜଣ ଲେଖାଏ ଥିବା ବେଳେ କର୍ଣ୍ଣାଟକରୁ ମାତ୍ର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ମୋଟ୍‌ ୬୦୩ ମୃତକଙ୍କ ମଧ୍ୟରୁ ୨୩୨ରେ ମହାରାଷ୍ଟ୍ର ସର୍ବୋପରେ ରହିଛି । ସେହିପରି ଗୁଜୁରାଟରେ ୭୭, ମଧ୍ୟପ୍ରଦେଶ ୭୬, ଦିଲ୍ଲୀ ୪୭, ରାଜସ୍ଥାନ ୨୫, ତେଲେଙ୍ଗାନା ୨୩ ଓ ଆନ୍ଧ୍ରପ୍ରଦେଶରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ସଂଖ୍ୟା ଉତ୍ତରପ୍ରଦେଶରେ ୨୦ ଥିବା ବେଳେ କର୍ଣ୍ଣାଟକ ଓ ତାମିଲନାଡୁରେ ୧୭ ଲେଖାଏ ଥିବା ଜଣାଯାଇଛି ।

ସେହିପରି ପଞ୍ଜାବରେ ମୃତ୍ୟୁ ସଂଖ୍ୟା ୧୬ ଥିବା ବେଳେ ପଶ୍ଚିମବଙ୍ଗରେ ୧୨, ଝାଡ଼ଖଣ୍ଡ, ବିହାରରେ ୨ ଲେଖାଏଁ ଓ ମେଘାଳୟ, ଓଡ଼ିଶା, ଆସାମ, ହିମାଚଳପ୍ରଦେଶରେ  ଜଣେ ଲେଖାଏଁ କରୋନାରେ ମୃତ୍ୟୁ ମୁଖରେ ପଡ଼ିଥିବା ଜଣାଯାଇଛି ।

ସେହିପରି କେତେକ ମୁଖ୍ୟ ସଂକ୍ରମିତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୪୬୬୯, ଦିଲ୍ଲୀରେ ୨୦୮୧, ଗୁଜୁରାଟ ୨୦୬୬, ରାଜସ୍ଥାନ ୧୫୭୬, ମଧ୍ୟପ୍ରଦେଶ ୧୫୪୦, ତାମିଲନାଡ଼ୁ ୧୫୨୦ ଓ ଉତ୍ତରପ୍ରଦେଶରେ ୧୨୯୪ ଜଣ କରୋନା ରୋଗୀ ରହିଥିବା ଜଣାଯାଇଛି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago