ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା, ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ପୁଣି ୨ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍। ଏହାକୁ ମିଶାଇ ରାଜ୍ଯରେ ସମୁଦାୟ ମୃତକଙ୍କ ସଂଖ୍ଯା ୧୭କୁ ବୃଦ୍ଧି  ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ଭିତରେ ଜଣେ ୭୧ ବର୍ଷିୟ ବୃଦ୍ଧ ଅଛନ୍ତି । ଯିଏକ ପୂର୍ବରୁ ଡାଇବେଟିସ୍ ଓ କିଡନୀ ରୋଗରେ ପୀଡିତ ଥିଲେ । ଏହାସହ ଅନ୍ଯଜଣେ ୫୩ ବର୍ଷିୟ ବ୍ଯକ୍ତି ଅଛନ୍ତି । ଯିଏକି ଡାଇବେଟିସ୍ ରୋଗରେ ପୀଡିତ ଥିଲେ। ତେବେ ଉଭୟ ମୃତକ କଟକର ।

death

ଏହାକୁ ମିଶାଇ କଟକରେ ମୃତକଙ୍କ ସଂଖ୍ଯା ୩କୁ ବୃଦ୍ଧି ପାଇଛି । ତେବେ ଏଠାରେ ଆଉ ଜଣେ ସଂକ୍ରମିତଙ୍କ ମୃତ୍ଯୁ ହୋଇଥିବାବେଳେ ତାଙ୍କର ମୃତ୍ଯୁ ପଛରେ ଅଲଗା କାରଣ ଥିବା ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉକି, ଆଜି ରାଜ୍ୟରେ ଆଉ ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୧୮ଟି ଜିଲ୍ଲାରୁ ଏହି ୧୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.