ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ, ଦୈନିକ ଆକ୍ରାନ୍ତଙ୍କ ସଂଖ୍ଯା ୮ହଜାର ପାର୍

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୮ହଜାର ପାର୍‌। ଦ୍ରୁତ ଗତିରେ ବଢିଚାଲିଛି ସଂକ୍ରମଣ। ଗୋଟିଏ ଦିନରେ ୮ ହଜାର ୮୦୭ ନୂଆ ମାମଲା ସାମ୍ନାକୁ ଆସିଛି । ଅକ୍ଟୋବର ୧୮ ପରେ ସବୁଠୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍‌ ୪ ମାସ ପରେ ମହାରାଷ୍ଟ୍ରରେ ଏତେ ସଂଖ୍ୟାରେ ପଜିଟିଭ ହୋଇଛନ୍ତି ।

ସେହିପରି ଗୋଟିଏ ଦିନରେ ୮୦ ଜଣଙ୍କ ଜୀବନ ଯାଇଛି । ୫୬ ଦିନ ପରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଡିସେମ୍ବର ୩୦ ତାରିଖରେ ୯୦ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨୧.୨୧ଲକ୍ଷ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇସାରିଲେଣି। ମାହାରାଷ୍ଟ୍ରର ୱାସମ୍‌ ଜିଲ୍ଲାରେ ଥିବା ଏକ ପବ୍ଲିକ ସ୍କୁଲର ହଷ୍ଟେଲରୁ ଏକାସଙ୍ଗେ ୨୨୯ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ ଦେଶରେ ଗୋଟିଏ ଦିନରେ ୧୬ହଜାର ୭୩୮ ନୂଆ ମାମଲା ଚିହ୍ନଟ ହୋଇଛି। ୭ ରାଜ୍ୟ ମହାରାଷ୍ଟର, କେରଳ, ପଞ୍ଜାବ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ୯୦ପ୍ରତିଶତ ନୂଆ ସଂକ୍ରମିତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.