ଦେଶରେ ୩ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ୩ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୪୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୩୮୬ ଜଣଙ୍କ ଜୀବନ ନେଇଛ ମାରାତ୍ମକ ଭାଇରସ । ଏଥିସହ ଦେଶରେ କରୋନା ମୃତ୍ୟୁସଂଖ୍ୟା ୮ ହଜାର ୮୮୪କୁ ବୃଦ୍ଧି ପାଇଛି । ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮ହଜାର ୯୯୩ରେ ପହଞ୍ଚିଛି ଆକ୍ରାନ୍ତ ସଂଖ୍ୟା । ତେବେ ଆଶ୍ୱସ୍ତିର କଥା ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ଅଧିକ ।

୧ ଲକ୍ଷ ୫୪ ହଜାର ୩୩୦ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୧ ଲକ୍ଷ ୪୫ ହଜାର ୭୭୯ ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରର ସଂକ୍ରମଣ ସଂଖ୍ୟା ୧ ଲକ୍ଷ ପାର୍‌ କରିଛି । ୩ହଜାର ୭୧୭ଜଣଙ୍କ ଜୀବନ ନେଇଛି ଭାଇରସ୍‌। ଗୁଜରାଟରେ ୨୨ ହଜାର ୫୨୭ ପଜିଟିଭ ଥିବା ବେଳେ ୧ ହଜାର ୪୧୫ ଜଣଙ୍କ ଜୀବନ ନେଇଛି ଭୂତାଣୁ । ତାମିଲନାଡୁ ଓ ଦିଲ୍ଲୀରେ ବି ପରିସ୍ଥିତି ସଙ୍ଗୀନ ଅଛି ।

ବ୍ରିଟେନକୁ ପଛରେ ପକାଇ ବିଶ୍ବର ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ୪ର୍ଥ ସ୍ଥାନକୁ ଆସିଯାଇଛି। ଆମେରିକା, ବ୍ରାଜିଲ ଏବଂ ରୁଷ୍‌ ପରେ ଏବେ ଭାରତ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ‌ବିବେଚିତ ହୋଇଛି। ଆମେରିକାରେ ୨୦ ଲକ୍ଷ ୯୦ ହଜାରରୁ ଅଧିକ ଆକ୍ରାନ୍ତ ଥିବା ବେଳେ ବ୍ରାଜିଲରେ ୮ ଲକ୍ଷ ୧୦ ହଜାର ଏବଂ ରୁଷ୍‌ରେ ୫ ଲକ୍ଷ ୩ ହଜାର ଆକ୍ରାନ୍ତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.