ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର୍, ମାତ୍ର ୮ ଦିନରେ ଅଢେଇ ଲକ୍ଷ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍‌ । ସଂକ୍ରମଣ ଥମିବାର ନାଁ ଧରୁନି । ୧୩୭ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୦ ଲକ୍ଷ ପାର କରିସାରିଲାଣି । ପ୍ରଥମ ଅଢେଇ ଲକ୍ଷ ଆକ୍ରାନ୍ତ ଛୁଇଁବାକୁ ୯୮ ଦିନ ସମୟ ଲାଗିଥିଲା । ଏବେ ମାତ୍ର ୮ ଦିନରେ ଅଢେଇ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍‌ ୭ ବେଳକୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୩୨୮ ଥିଲା । ଜୁନ୍‌ ୨୬ ବେଳକୁ ମାତ୍ର ୧୯ ଦିନରେ ଏହି ସଂଖ୍ୟା ଆଉ ଅଢେଇ ଲକ୍ଷ ବଢି ୫ ଲକ୍ଷ ୯ ହଜାର ୩୦୬ରେ ପହଞ୍ଚିଥିଲା ।

corona newଜୁନ୍‌ ୨୬ରୁ ଜୁଲାଇ ୮ ବେଳକୁ ୧୨ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଆଉ ଅଢେଇ ଲକ୍ଷ ବୃଦ୍ଧି ପାଇଥିଲା । ଜୁଲାଇ ୮ ବେଳକୁ ଏହି ସଂଖ୍ୟା ୭ ଲକ୍ଷ ୬୮ ହଜାର ୨୪୬ରେ ପହଞ୍ଚିଥିଲା । ଜୁଲାଇ ୮ରୁ ୧୬ ମାତ୍ର ୮ ଦିନରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢି ୧୦ ଲକ୍ଷ ପାର କରିଛି । ଜୁନ୍‌ ୭ ବେଳକୁ ଦେଶରେ ଆକ୍ଟିଭ୍‌ କେସ୍‌ ୧ ଲକ୍ଷ ୨୬ ହଜାର ୩୯୦ ଥିଲା । ଜୁନ୍‌ ୨୬ ବେଳକୁ ଆକ୍ଟିଭ୍‌ କେସ୍‌ ୧ ଲକ୍ଷ ୯୭ ହଜାର ୭୬୫, ଜୁଲାଇ ୮ ବେଳକୁ ୨ ଲକ୍ଷ ୭୦ ହଜାର ୬୫୩ ଓ ଜୁଲାଇ ୧୬ ବେଳକୁ ଆକ୍ଟିଭ୍‌ କେସ୍‌ ବଢି ୩ ଲକ୍ଷ ୪୩ ହଜାର ୨୬୮ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ବଢୁଥିବା ବେଳେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି ।

ଦେଶରେ ଏବେ ରିକଭରି ରେଟ୍‌ ୬୩.୨୫ ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବା ବେଳେ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ମଧ୍ୟ ସବୁଠୁ ଅଧିକ ରହିଛି । ସେହିପରି ତାମିଲନାଡୁରେ ଆକ୍ଟିଭ୍‌ କେସ୍‌ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆକ୍ଟିଭ୍‌ କେସ୍‌ର ତୃତୀୟ ସ୍ଥାନରେ ରହିଛି କର୍ଣ୍ଣାଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.