ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜରୁ ୧୦ ଓ ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ୍ ଚିହ୍ନଟ

ରାୟଗଡ଼ା / ବାଲେଶ୍ବର(କେନ୍ଯୁଜ୍): ରାଜ୍ଯର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବାହାରୁଛନ୍ତି କରୋନା ପଜିଟିଭ। ଯାହାକି ପ୍ରଶାସନର ଚିନ୍ତା ବଢ଼ାଇଛି। ଯାହା ସୂନା ମିଳିଛି ରାୟଗଡ଼ା  MITS ଇଞ୍ଜିନିୟରିଂ କଲେଜରୁ ୪୯ ପଜିଟିଭ ବାହାରିଥିବା ବେଳେ ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜର ୧୦ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏକାଥରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା କଲେଜ କତ୍ତୃପକ୍ଷଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପରେ ରାୟଗଡ଼ା  MITS ଇଞ୍ଜିନିୟରିଂ କଲେଜର ହଷ୍ଟେଲ A ଓ Bକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସମସ୍ତଙ୍କୁ ସଂଘରୋଧରେ ରଖି ଚିକିତ୍ସା କରାଯାଉଛି। ସେମାନଙ୍କ ବାହାରକୁ ଆସିବା ଉପରେ କଟକଣା ଲାଗୁ କରାଯାଇଛି।