ଏବେ ବିଶ୍ୱରେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି କରୋନାର ତୃତୀୟ ଲହର: WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି କହିଛି WHO । WHO ମୁଖ୍ୟ କହିଛନ୍ତି ସାରା ବିଶ୍ୱରେ ଡେଲ୍‌ଟା ଭାରିଆଣ୍ଟର ଲହର । ୧୧୧ ଦେଶରେ ସାଂଘାତିକ ଭାବେ ବ୍ୟାପୁଛି ଡେଲ୍‌ଟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଆମେ ଆଉ ଏକ ଖରାପ ସମୟର ସାମ୍ନା କରୁଛନ୍ତି । ଏହି ପ୍ରଜାତିର ଭୂତାଣୁ ହିଁ ତୃତୀୟ ଲହକୁ ବ୍ୟାପକ କରିବ । ଆଗକୁ ଜୀବନ ଆଉ ଜୀବିକା ପ୍ରତି ବିପଦ ପାଲଟିବ। ଏଭଳି ଏକ ଜଟିଳ ସମୟ ଶୋଇବାର ସମୟ ନୁହେଁ ବୋଲି କହିଛନ୍ତି ଟେଡ୍ରସ୍‌ ଆଧାନୋମ ଘେବ୍ରିୟେସସ୍‌ ।

ସବୁ ଦେଶକୁ ସମାନ ଭାବେ ଟିକା ମିଳିଲେ ହିଁ ମହାମାରୀକୁ ମୁକାବିଲା କରିହେବ । ୨୦୨୧ ସୁଦ୍ଧା ପ୍ରତି ଦେଶର ୧୦ ପ୍ରତିଶତ ଲୋକ ଟିକା ନେବା ଦରକାର । ୨୦୨୨ ମଧ୍ୟ ଭାଗ ସୁଦ୍ଧା ୭୦ ପ୍ରତିଶତ ଟିକା ଦେବା ଦରକାର ବୋଲି କହିଛି WHO ।

ଅନ୍ୟପଟେ ICMR କହିଛି, ଅଗଷ୍ଟ ଶେଷ ଭାଗରେ ଭାରତରେ କରୋନା ତୃତୀୟ ଲହର ଆସିବ । ତେବେ ଏହି ତୃତୀୟ ଲହର ଦ୍ୱିତୀୟ ଭଳି ସେତେଟା ଭୟଙ୍କର ହେବ ନାହିଁ । ଥିରେ ଅଧିକ ଜୀବନହାନୀ ହେବ ନାହିଁ । ୪ଟି କାରଣ ପାଇଁ ତୃତୀୟ ଲହର ଆସିବ । ପ୍ରଥମ କାରଣ ହେଲା, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ । ଦ୍ୱିତୀୟ କାରଣ ହେଲା, ନୂଆ ପ୍ରଜାତିର ଭୂତାଣୁ । ତୃତୀୟ କାରଣ ହେଲା, ରାଜ୍ୟ ସରକାର ଗୁଡିକ ପକ୍ଷରୁ ଆଗୁଆ ତାଲାବନ୍ଦ କଟକଣା ଉଠାଇବା । ଚତୁର୍ଥ କାରଣ ହେଲା ସଂକ୍ରମଣର ବେଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.