ଆଖି ଖରାପ କରି ଦେଉଛି କରୋନାର ନୂଆ ଷ୍ଟ୍ରେନ୍‌, ଶୁଣିବାର କ୍ଷମତା ମଧ୍ୟ କମୁଛି

ବର୍ଷ ୨୦୨୦ ତୁଳନାରେ ୨୦୨୧ରେ କରୋନାର ପ୍ରକୋପ ଅଧିକ ଭୟଙ୍କର ରହିଛି। ଡାକ୍ତରଙ୍କ ଅନୁସାରେ, ଏବେ କରୋନା ଭାଇରସ୍‌ କାନ ଓ ଆଖିକୁ ସିଧା ଆଟାକ୍‌ କରୁଛି। କରୋନାର ନୂଆ ଷ୍ଟ୍ରେନ୍‌ ଏଥର ଭାଇରଲ ଜ୍ୱର, ପେଟ ଯନ୍ତ୍ରଣା, ଡାଇରିଆ, ଅପଚ, ଗ୍ୟାସ୍‌, ବାନ୍ତି, ଭୋକ ନ ଲାଗିବା, ଶରୀର ଯନ୍ତ୍ରଣା ଏବଂ ଏସିଡିଟି ଭଳି ଲକ୍ଷଣ ସହିତ ଆସିଥିଲା। କିନ୍ତୁ ସଂକ୍ରମଣ ବଢ଼ିବା ସାଙ୍ଗକୁ କରୋନାର ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ସାମ୍ନାକୁ ଆସିଛି।

ଦେଶର କିଛି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରୋନା ରୋଗୀଙ୍କୁ ଦେଖିବା ଏବଂ ଶୁଣିବାରେ ଅଧିକ ସମସ୍ୟା ହେଉଛି। ଡାକ୍ତରମାନେ କହିଛନ୍ତି, ଏମିତି ଅନେକ ରୋଗୀ ଅଛନ୍ତି, ଯେଉଁମାନଙ୍କର ଦୁଇଟି ଯାକ କାନକୁ କମ୍‌ ଶୁଣାଯାଉଛି। ଏହାଛଡ଼ା କମ୍‌ ଦେଖାଯାଉଥିବା ଅଭିଯୋଗ ମଧ୍ୟ ରହିଛି। ଏକ୍ସପର୍ଟଙ୍କ କହିବା ହେଲା, ଗମ୍ଭୀର ସ୍ଥିତି ଆସିଗଲେ କରୋନା ଶରୀରର କେତେକ ଅଙ୍ଗରେ ସାଙ୍ଘାତିକ ପ୍ରଭାବ ପକାଉଛି।

କରୋନା ଯେଉଁଭଳି ଭାବେ ନିଜ ରୂପ ବଦଳାଉଛି, ତାହାକୁ ନେଇ ଚିନ୍ତା ବଢ଼ିଯାଉଛି। ଏମିତି ସ୍ଥିତିରେ କରୋନାର ନିୟମ ପାଳନ କରିବା ହିଁ ଏକମାତ୍ର ଉପାୟ। ଯଦିଓ ନୂଆ ଭେରିଏଣ୍ଟରେ ଆଶ୍ୱସ୍ତୀକର କଥା ହେଉଛି କି, ନୂଆ ଷ୍ଟ୍ରେନ୍‌ ଭଲ ଇମ୍ୟୁନିଟି ଥିବା ରୋଗୀକୁ ଅଧିକ ସମୟ ପର୍ଯ୍ୟନ୍ତ ହଇରାଣ କରୁନାହିଁ। ଅର୍ଥାତ୍‌ ୫-୬ ଦିନ ଭିତରେ ରୋଗୀ ଭଲ ହୋଇଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.