ବଢୁଛି କରୋନାର ନୂଆ ଷ୍ଟ୍ରେନ୍! ବର୍ତ୍ତନାମ ସୁଦ୍ଧା ଭାରତରେ ୨୦ଜଣ ବ୍ରିଟେନ ଫେରନ୍ତାଙ୍କ ଠାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନାର ନୂଆ ଷ୍ଟ୍ରେନ୍ । ବର୍ତ୍ତନାମ ସୁଦ୍ଧା ଦେଶରେ ୨୦ଜଣ ବ୍ରିଟେନ ଫେରନ୍ତାଙ୍କ ଠାରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ୮ ଜଣ ଅଛନ୍ତି । ଗତକାଲି ୬ ଜଣଙ୍କ ନିକଟରେ ଲକ୍ଷଣ ଚିହ୍ନଟ ହୋଇଥିବା ବେଳେ ଏହି ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏହାକୁ ନେଇ ଚିନ୍ତା ବଢ଼ି ଯାଇଛି ।
ନଭେମ୍ବର ୨୫ରୁ ଡିସେମ୍ବର ୨୩ ଭିତରେ ଆସିଥିବା ୩୩ ହଜାର ଯାତ୍ରୀଙ୍କୁ ଖୋଜା ଚାଲିଛି । ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନକୁ ସମସ୍ତ ବିମାନ ବାତିଲ କରାଯାଇଛି । ଏହି ଅବଧି ଆଗକୁ ବଢିପାରେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ । ଏହା ପୂର୍ବରୁ ବ୍ରିଟେନରୁ ଭାରତକୁ ଫେରିଥିବା ଯାତ୍ରୀଙ୍କୁ ଟ୍ରେସିଂ କରାଯାଇ ଟେଷ୍ଟ କରାଯିବ ।