ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ । ଏହା ସହ ରାଜ୍ୟରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ୪୩ ସଂକ୍ରମିତ ଚିକିତ୍ସାଧୀନ ଥିବା ବେଳେ ୨୪ ଜଣ ଆରୋଗ୍ୟ ହୋଇଛନ୍ତି ।

corona positiveବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୬୪୧ ସାମ୍ପଲ୍‌ ଟେଷ୍ଟ ହୋଇଛି । ଏହା ମଧ୍ୟରୁ ୧୦ ହଜାର ୫୭୩ ନେଗେଟିଭ୍‌ ଆସିଛି । ଗତକାଲି ୯୫୧ ଜଣଙ୍କ ସାମ୍ପଲ୍‌ ଟେଷ୍ଟ କରାଯାଇଛି । ଗତ ୫ ଦିନ ମଧ୍ୟରେ ରାଜ୍ୟରେ ୫ ହଜାର ୧୦୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି । ଏହା ମଧ୍ୟରୁ ୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୧୫ ତାରିଖରେ ୧୧୯୭, ୧୬ ତାରିଖରେ ୮୪୩ ଓ ୧୭ ତାରିଖରେ ୧୦୪୨ଟି ନମୁନା ପରୀକ୍ଷା କରାଯାଇଥିଲା । ସେହିପରି ୧୮ ତାରିଖରେ ୧୦୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଜଣଙ୍କର ପଜିଟିଭ୍‌ ଆସିଥିଲା ।

Leave A Reply

Your email address will not be published.