ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫ ଶହ ୭୨ ପଜିଟିଭ୍‌ ଚିହ୍ନଟ, ୨୦ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ୨୪ ଘଣ୍ଟାରେ ରାଜ୍ୟରେ ୧୫ ଶହ ୭୨ ପଜିଟିଭ୍‌ ଚିହ୍ନଟ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୨.୩୦ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ପଜିଟିଭ ଚିହ୍ନଟ ହେଇଛନ୍ତି । କଟକରୁ ୧୬୧, ସୁନ୍ଦରଗଡରୁ ୧୧୩, କୋରାପୁଟ ୮୭, ରାୟଗଡାରୁ ୭୪ ପଜିଟିଭ୍‌ ବାହାରିଛନ୍ତି । ଏହାସହ ରାଜ୍ଯରେ ଗତ ୨୪ ଘଣ୍ଟାରେ ଯାଇଛି ୨୦ଜଣଙ୍କ ଜୀବନ।

୨୪ ଘଣ୍ଟାରେ ୬୮ହଜାର ୨୩୯ ନମୁନା ପରୀକ୍ଷା ହୋଇଛି । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧୪ ହଜାର ୨୫୩ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୫୭୫କୁ ବୃଦ୍ଧି ପାଇଛି । ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୩୦୯ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.