ରାଜ୍ୟରେ ଡରାଉଛି କରୋନା: ଗତ ୨୪ଘଣ୍ଟାରେ ଆଉ ୭୦୭୧କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ନୂଆ କେସ୍

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି କରୋନାର ଲମ୍ବା ଡିଆଁ। ଗତ ୨୪ଘଣ୍ଟାରେ ଆଉ ୭୦୭୧କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ନୂଆ କେସ ରହିଛି। ସୁନ୍ଦରଗଡରୁ ୧୧୪୭, ସମ୍ବଲପୁରରୁ ୬୦୯ , କଟକରୁ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍‌ଟିଭ୍‌ କେସ୍‌ ରହିଛି ୨୭ହଜାର ୨୧୬। ପଜିଟିଭ ରେଟ୍‌ ରହିଛି ୧୦.୨୪ ପ୍ରତିଶତ।

ସାରା ବିଶ୍ୱରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। ଗତ ସପ୍ତାହକରେ ୬ଗୁଣା ବୃଦ୍ଧି ପାଇଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ହଜାର ୭୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୧୪୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି ସଂକ୍ରମଣ ମାମଲା। ଆକ୍‌ଟିଭ୍‌ କେସ୍‌ ୭ ଲକ୍ଷ ଟପିଛି। ୨୪ଘଣ୍ଟାରେ ସକ୍ରିୟ ମାମଲାରେ ୧ଲକ୍ଷ ୩୩ହଜାର ୮କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୫୭ଲକ୍ଷକୁ ବୃଦ୍ଧି ପାଇଛି ।

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୩୩ରେ ପହଞ୍ଚିଛି। ସପ୍ତାହକରେ ୬ଗୁଣା ବଢିଛି ସଂକ୍ରମଣ। ଗତ ଡିସେମ୍ବର ୨୭ରୁ ଜାନୁଆରୀ ୨ ମଧ୍ୟରେ ୧ ଲକ୍ଷ ୨ହଜାର ୩୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ଜାନୁଆରୀ ୯ ତାରିଖରେ ୬ଲକ୍ଷ ୩୮ହଜାର ୮୭୨ ସଂଖ୍ୟା ରହିଥିଲା । ଦୈନିକ ପଜିଟିଭ୍‌ ହାର ୧୩.୨୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୭.୯୨ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲା ମୋଟ ସଂକ୍ରମଣ ମାମଲାର ୨.୦୩ପ୍ରତିଶତ । ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୬. ୬୨ପ୍ରତିଶତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.