ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଶହ ୩୯ ପଜିଟିଭ୍‌ ଚିହ୍ନଟ, ୨୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଶହ ୩୯ ପଜିଟିଭ୍‌ ଚିହ୍ନଟ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୨.୪୭ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨୨୩ ପଜିଟିଭ ଚିହ୍ନଟ ହେଇଛନ୍ତି । ଦିନକରେ ଆଉ ୨୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଜଣେ ୨୧ଦିନର ଶିଶୁପୁତ୍ର ଅଛନ୍ତି । ୨୪ ଘଣ୍ଟାରେ ୬୨ହଜାର ୯୬ ନମୁନା ପରୀକ୍ଷା ହୋଇଛି । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧୩ ହଜାର ୨୮୫ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.