ରାଜ୍ୟରେ ଆଉ ୮ ହଜାର ୭୭୮ କରୋନା ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୬୧୫ ନୂଆ କେସ୍

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮ ହଜାର ୭୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭିଟି ରେଟ୍ ରହିଛି ୧୧.୭୬ ପ୍ରତିଶତ । ଗତକାଲି ସଂକ୍ରମିତ ହୋଇଥିଲେ ୭ ହଜାର ୭୧ ଜଣ । ଗତକାଲିର ପଜିଟିଭିଟି ରେଟ୍ ଥିଲା ୧୦.୨୪ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୨ହଜାର ୬୧୫ ନୂଆ କେସ୍ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୨୯.୭୯ ପ୍ରତିଶତ।
୨୪ ଘଣ୍ଟାରେ ୭୪ ହଜାର ୬୧୧ ଜଣଙ୍କ ଟେଷ୍ଟିଂ ହୋଇଛି । ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମିତ ହୋଇଛନ୍ତି ୭୯୨ ଜଣ । ଆଜି ୧୭ ଟି ଜିଲ୍ଲାରେ ୧୦୦ ଉପରେ ରହିଛି ସଂକ୍ରମଣ । ଗତକାଲି ରାଜ୍ୟରେ ୨୭ ହଜାର ୨୧୬ ଆକ୍ଟିଭ୍ କେସ୍ ରହିଥିବା ବେଳେ ଆଜି ୩୫ ହଜାର ୨୪୨ ଆକ୍ଟିଭ୍ କେସ୍ ରହିଛି ।