ରାଜ୍ୟରେ ୨୪ ଘଣ୍ଟାରେ ୯ ହଜାର ୮୩୩ ପଜିଟିଭ୍, ଗଲା ୬ଜଣଙ୍କ ଜୀବନ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯ ହଜାର ୮୩୩ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୯୪୬ ଆକ୍ରାନ୍ତ ହୋଇଛନ୍ତି ।
ସୁନ୍ଦରଗଡରୁ ୧୧ଶହ ୩୪ ନୂଆ କେସ୍ ଆସିଛି। କଟକରୁ ୭୭୪ ଓ ମୟୂରଭଞ୍ଜରୁ ୨୯୫ ସଂକ୍ରମିତ ହୋଇଛନ୍ତି । ୭୪ହଜାର ୪୪୩ ଟେଷ୍ଟିଂ ହୋଇଛି। ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୮୯ହଜାର ୭୦୨। ପଜିଟିଭ୍ ରେଟ୍ ରହିଛି ୧୩.୨୦ ପ୍ରତିଶତ। ସେହିପରି ଆଜି କରୋନା ନେଇଛି ୬ଜଣଙ୍କ ଜୀବନ।