ରାଜ୍ୟରେ ଆଉ ୨୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଆଉ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ମୋଟ ଆକ୍ରାନ୍ତଙ୍କ ୪୪.୩୪ ପ୍ରତିଶତ । ଆଜି ମୋଟ ପଜିଟିଭ୍‌ ରେଟ୍‌ ରହିଛି ୦.୩୪ ପ୍ରତିଶତ । ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୩୪ ଜଣ । ୨୪ ଘଣ୍ଟାରେ ୬୩ ହଜାର ୨୯୦ ଜଣଙ୍କର କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ହଜାର ୫୯୩ ।

ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୮ ଜଣ, କଟକରୁ ୧୫, ଖୋର୍ଦ୍ଧାରୁ ୯୮,ମୟୁରଭଞ୍ଜରୁ ୮, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୭ ଜଣ ଓ ଷ୍ଟେଟ ପୁଲରୁ ୨୧ ଜଣ ଚିହ୍ନଟ ହୋଇଛନ୍ତି |

ସୂଚନା ଥାଉ କି ଆଜି ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚିଛି | ନୂଆ ଚିହ୍ନଟ ଓମିକ୍ରନ ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ | ତାଙ୍କର ବୟସ ୩୧ ବର୍ଷ ହୋଇଥିବାବେଳେ ଘର କେନ୍ଦୁଝର ବୋଲି ଜଣାପଡିଛି |

Leave A Reply

Your email address will not be published.