ରାଜ୍ୟରେ ୫ ହଜାର ତଳକୁ ଖସିଲା ପଜିଟିଭ୍ ସଂଖ୍ୟା: ୨୪ ଘଣ୍ଟାରେ ୪ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୫ ହଜାର ତଳକୁ ଖସିଲା ପଜିଟିଭ୍ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪ ହଜାର ୮୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସଂକ୍ରମଣ ହାର ରହିଛି ୭.୫୮ ପ୍ରତିଶତ ।
୨୪ ଘଣ୍ଟାରେ ୬୩ ହଜାର ୮୭୧ ନମୁନା ପରୀକ୍ଷା ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୧ହଜାର ୨୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୪୪୩ ନୂଆ କେସ୍ ଆସିଛି । ରାଜ୍ୟରେ ମୋଟ ପଜିଟିଭ୍ଙ୍କ ସଂଖ୍ୟା ୧୨ଲକ୍ଷ ୪୧ହଜାର ୬୮କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ୍ ରହିଛି ୫୮ ହଜାର ୫୩୩। ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୬୭୧ ଜଣ ।