ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୮୬ ଆକ୍ରାନ୍ତ ଚିହ୍ନଟ, ୧୭ମୃତ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୮୬ ଆକ୍ରାନ୍ତ ଚିହ୍ନଟ । ସଂକ୍ରମଣ ହାର ରହିଛି ୫.୨୦ ପ୍ରତିଶତ । ଆଜି ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ସଂକ୍ରମିତ ହୋଇଛନ୍ତି। କଟକରୁ ୩୨୫ ଓ ସୁନ୍ଦରଗଡରୁ ୨୧୬ ନୂଆ କେସ୍ ଆସିଛି ।
୨୪ ଘଣ୍ଟାରେ ୫୯ ହଜାର ୨୮୬ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍ କେସ୍ ରହିଛି ୪୨ ହଜାର ୯୮ । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୨ଲକ୍ଷ ୫୨ ହଜାର ୩୨୬କୁ ବୃଦ୍ଧି ପାଇଛି ।