ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୧୩ ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ । ଆଜି ମୋଟ ପଜିଟିିିଭ୍ ରେଟ୍ ରହିଛି ୪.୪୩ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୫୧୩ ସଂକ୍ରମିତ ହୋଇଛନ୍ତି ।
ସୁନ୍ଦରଗଡରୁ ୨୯୧,କଟକରୁ ୧୩୮ଳ ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ୧୨୭ ନୂଆ କେସ୍ ଆସିଛି । ୨୪ ଘଣ୍ଟାରେ ୬୦ ହଜାର ୭୬୨ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍ କେସ୍ ରହିଛି ୩୦ ହଜାର ୪୯୩ । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୨ ଲକ୍ଷ ୬୨ ହଜାର ୧୦୨ କୁ ବୃଦ୍ଧି ପାଇଛି ।