ଯଦି କରୋନା ଟିକା ଏବେ ଯାଏ ନେଇ ନାହାଁନ୍ତି, ଜାଣନ୍ତି କି ଆଇନ ଅନୁଯାୟୀ କ’ଣ ହେବ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ସାରା ବିଶ୍ୱରେ ଟିକା ଜାରି ରହିଛି । ହେଲେ କେହି କେହି ଟିକା ନେବାକୁ ଅସ୍ୱୀକାର କରୁଛନ୍ତି । ନିକଟରେ ସର୍ବିଆର ଟେନିସ ଷ୍ଟାର ନୋବାକ ଜୋକବିଚଙ୍କ ଟିକା ନ ଲଗାଇବାକୁ ନେଇ ମକଦ୍ଦମା ଜିତିଛନ୍ତି । ଭାରତରେ ମଧ୍ୟ ଟିକା ନ ଲଗାଇବା ପାଇଁ ବହୁତ ସର୍ତ୍ତ ରଖାଯାଇଛି । ଯାତ୍ରା ହେଉ ବା କର୍ମ କ୍ଷେତ୍ର ସବୁଠି ଟିକାକୁ ନେଇ କିଛି ନିୟମ ରହିଛି । ତେବେ ଭାରତରେ ଟିକା ନନେଲେ ଆଇନ ଅନୁଯାୟୀ କିଛି ବ୍ୟବସ୍ଥା ରହିଛି କି ? ଆସନ୍ତୁ ଜାଣିବା କ’ଣ କହୁଛନ୍ତି କୋର୍ଟ ।

ଭାରତରେ ବିରୋଧର କାରଣ ଅଧିକ ହେଉଛି ରାଜନୈତିକ

ଭାରତରେ ଟିକା ଲଗାଇବା ଅଧିକାର ଅପେକ୍ଷା ରାଜନୈତିକ ଅଧିକ ବୋଲି କୁହାଯାଏ । ଏଠାରେ ଯେଉଁ ଲୋକ ଟିକାକୁ ବିରୋଧ କରୁଛନ୍ତି ସେମାନେ ରାଜନୈତିକ ଆଧାରରେ କରୁଛନ୍ତି । ତେବେ ନିଜ ଦେହରେ ଛୁଞ୍ଚି ଫୁଟାଇବା ତାଙ୍କର ନିଜ ଅଧିକାର ହୋଇପାରେ । ହେଲେ ନିଜକୁ ସଂକ୍ରମଣ କରିବା ଯୋଗୁ ଅନ୍ୟକୁ ସଂକ୍ରମଣ କରିବାର କାରଣ ଯେପରି ନ ବନନ୍ତୁ ।

କେତେ ଉଚିତ୍‌ ବାଧ୍ୟ କରିବା

ଗତ ବର୍ଷ କରୋନାର ୨ୟ ଲହର ବେଳେ କିଛି ସେନା କର୍ମଚାରୀ ଟିକା ନେଇ ନଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଗୁଜୁରାଟରେ ଜଣେ ବେପାରୀ ତାଙ୍କର କର୍ମଚାରୀଙ୍କୁ ଟିକା ଦେଇନଥିବାରୁ ତାଙ୍କର ଦୋକାନ ବନ୍ଦ କରିଦେବାକୁ ଧମକ ଦିଆଯାଇଥିଲା ।

ସଂବିଧାନର ନିୟମରେ ରହିଛି ସଂବେଦନଶୀଳତା

ଭାରତ ସଂବିଧାନର ଧାର ୧୪ ରୁ ୨୨ ମଧ୍ୟରେ ଚର୍ଚ୍ଚା ହୁଏ । ତେବେ ଏଥିରେ ଧାରା ୨୧ରେ ବ୍ୟକ୍ତିର ଜୀବନ ଧାରଣ ଅଧିକାରକୁ ପ୍ରାଧାନ୍ୟ ଦିଆଯାଇଛି । ଯେଉଁଥିରେ କାହାକୁ ଜୀବନ ଧାରଣରେ କିଛି ବାଧ୍ୟ କରାଯାଇ ପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.