ଏମାସରେ ଆସିବ କରୋନା ସଂକ୍ରମଣ ତୃତୀୟ ଲହର, ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ

କେନ୍ୟୁଜ୍(ବ୍ୟୁରୋ):  ଚଳିତ ମାସରେ ଆସିବ ଥାର୍ଡ ୱେଭ୍। ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ କରୋନା ସଂକ୍ରମଣ । ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନଥିବା ବେଳେ କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଇଛନ୍ତି ବିଶେଷଜ୍ଞ। ତୃତୀୟ ଲହରରେ ଦିନକରେ ପ୍ରାୟ ୧ଲକ୍ଷ କରୋନା ସଂକ୍ରମଣ ହୋଇପାରେ। ଦୈନିକ ସଂକ୍ରମଣ ବୃଦ୍ଧି ପାଇ ଦେଢ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରେ।

third wave 2

ହାଇଦ୍ରାବାଦ ଓ କାନପୁର ଆଇଆଇଟିର ମଥୁକୁମାଲି ବିଦ୍ୟାସାଗର ଓ ମନିନ୍ଦ୍ରା ଅଗ୍ରଓ୍ଵାଲଙ୍କ ବ୍ଲୁମବର୍ଗରେ ପ୍ରକାଶିତ ଏକ ରିର୍ପୋଟରୁ ଏହା ଜଣାପଡିଛି। କିଛି ଦିନ ହେବ ଦେଶରେ ୪୦ହଜାର ଉପରେ ରହୁଛି କରୋନା ସଂକ୍ରମଣ। ଏହା ତୃତୀୟ ଲହରକୁ ଆଗକୁ ବଢାଇବାରେ ସହାୟକ ହେବ। କେରଳ ଓ ମହାରାଷ୍ଟ୍ରରୁ ଆସୁଥିବା କରୋନା ମାମଲା ସ୍ଥିତି ଆହୁରି ଖରାପ କରିବ।

You might also like