ରାଜ୍ୟରେ ବଢ଼ିଛି କୋଭିଡ୍‌ ହସପିଟାଲ ଓ ଲବରେଟୋରୀ ସଂଖ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌଣସି କରୋନା ପଜେଟିଭ୍‌ ଚିହ୍ନଟ ହୋଇ ନାହାନ୍ତି । ଏହା ଏକ ଶୁଭ ଖବର ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ୬ଟି କୋଭିଡ୍‌ ଲବାରେଟୋରୀ କାର୍ଯ୍ୟକ୍ଷମ ଅଛି । ଭୁବନେଶ୍ୱର, ବ୍ରହ୍ମପୁର, କଟକ ଓ ରାଉରକେଲାରେ ଏହି ପରୀକ୍ଷାଗାର ସବୁ କରାଯାଇଛି । ଏହା ଫଳରେ ନମୂନା ପରୀକ୍ଷା ସଂଖ୍ୟା ବଢ଼ି ପାରିଛି । ସେହିପରି ରାଜ୍ୟରେ କୋଭିଡ୍‌ ହସପିଟାଲ ଓ ଶଯ୍ୟା ସଂଖ୍ୟା ମଧ୍ୟ ବଢ଼ିଥିବା ସେ କହିଛନ୍ତି ।
ସେ ଆହୁରି ସୂଚନା ଦେଇଛନ୍ତି ଯେ ଓଡ଼ିଶାରେ ଥିବା ରାଜ୍ୟ ବାହାରର ୭୭ ହଜାର ଶ୍ରମିକଙ୍କୁ ୨୫୦୦ ଶିବିରରେ ରଖାଯାଇଛି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ରହିବା, ଖାଇବା ଆଦି ଦିଆଯାଉଛି । ଏହା ସହିତ ପ୍ରତିଦିନ ଗରିବ ଓ ନିରାଶ୍ରୟମାନଙ୍କୁ ରନ୍ଧା ଖାଦ୍ୟ ଦିହାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ପ୍ରତି ଶହେ ଟେଷ୍ଟରେ ପଜେଟିଭ୍‌ ମାତ୍ର ୧.୦୮ ପ୍ରତିଶତ

ଆଜିର ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ସୂଚନା ଦେଇଥିଲେ ଯେ ଓଡ଼ିଶାରେ ୪୧ ଜଣ ଆକ୍ରାନ୍ତ ମଧ୍ୟରୁ ମାତ୍ର ୨ ଜଣଙ୍କୁ କୋଭିଡ୍‌ ଡାକ୍ତରଖାନାରେ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଜଣକର ନେଗେଟିଭ୍‌ ଆସିଛି । ରାଜ୍ୟବାସୀ କରୋନା ଲଢ଼େଇରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏଭହିଭଳି ଆଉ କିଛି ଦିନ ଲଢ଼େଇ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

SHALINI PANDIT-1ରାଜ୍ୟରେ ପ୍ରତି ଶହେ ଟେଷ୍ଟରେ ମାତ୍ର ୧.୦୮ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହା ଏକ ଭଲ ସଂକେତ । ଆହୁରି ମଧ୍ୟ ଯେଉଁମାନେ ବି ଆକ୍ରାନ୍ତ ହୋଇଛନ୍ତି ସେମାନେ ସମସ୍ତେ ବିଦେଶରୁ କିମ୍ବା ରାଜ୍ୟ ବାହାରୁ ସଂକ୍ରମିତ ହୋଇଛନ୍ତି । ଏହି ସଫଳତା ମିଳିଛି କେବଳ ଓଡ଼ିଶାବାସୀ ସମସ୍ତେ ନିୟମ ମାନି ଶୃଙ୍ଖଳିତ ଭାବେ ରହିଥିବାରୁ । ଯାହାଫଳରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶି ସ୍ଥିତି ବହୁତ ଭଲ ରହିଛି ।

COVID HOSPITALଏବେ ଆମର ଲକ୍ଷ୍ୟ ହେଉଛି କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ଶେଷ କରିବା । ତେଣୁ ଆଗାମୀ ଦିନଗୁଡ଼ିକରେ ମଧ୍ୟ ଆମକୁ ଏଭଳି ଶୃଙ୍ଖଳିତ ଓ ସଚେତନ ରହିବାକୁ ହେବ । ବୋଲି ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକା ଶାଳନୀ ପଣ୍ଡିତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.