ଚାଇନାରେ ପୁଣି ବଢୁଛି କୋଭିଡ ମାମଲା, ଲକ୍ଷଣ ଜାଣନ୍ତୁ

ଚାଇନାରେ ପୁଣି ବୃଦ୍ଧି ପାଉଛି କୋଭିଡ ମାମଲା । କରୋନା ମାମଲା ବୃଦ୍ଧି ହେତୁ ୧୧ଟି ସହରରେ ତାଲା ପଡିବା ସହ ୩ କୋଟି ଲୋକେ ଏବେ ଲକଡାଉନରେ ରହିଛନ୍ତି । ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଏପର୍ଯ୍ୟନ୍ତ ପାଖାପାଖି ୬୦୦୦ରୁ ଉର୍ଦ୍ଧ୍ୱଟି ନୂଆ ମାମଲା ସାମନାକୁ ଆସିଛି । ଯେଉଁ ସହର ଗୁଡିକରେ ଚୀନ ଲକାଡାଉନ ଘୋଷଣା କରିଛି ସେହି ସହରରେ ପାଖାପାଖି ଜନସଂଖ୍ୟା ୧.୭୦କୋଟି । ଏଠାରେ କରୋନାର ନୂଆ ମମଲା ଆସିବା ପରେ ପଡୋଶୀ ଦେଶ ଗୁଡିକର ଚିନ୍ତା ବଢିଗଲାଣି । କରୋନାର ନୂଆ ଲହର ପାଇଁ ଷ୍ଟେଲ୍ଥ ଓମିକ୍ରନକୁ ଦାୟୀ କରାଯାଉଛି ।

ଏକ ରିପୋର୍ଟ ଅନୁଯାୟୀ ଏହି ଭାରିଆଣ୍ଟ କରୋନାର ବିଏ.୨ ଭାରିଆଣ୍ଟ ଭାବରେ ଜଣାଯାଉଛି । ବିଶେଷଜ୍ଞମାନେ ଏଇଥିପାଇଁ ଚିନ୍ତିତ କି ଏହାର ଜୀବାଣୁ ଚିହ୍ନଟ କରିବା କଷ୍ଟକର । କାରଣ ଏହା ସ୍ପାଇକ ପ୍ରୋଟିନ ଅଟେ । ଅର୍ଥାତ ଅନୁସନ୍ଧାନରୁ ଜଣାପଡିଛି କି ଏହି ଷ୍ଟ୍ରେନରେ ସ୍ପାଇକ ପ୍ରୋଟିନରେ ଏପରି ପରିବର୍ତ୍ତନ ଘଟୁଛି ଯେଉଁ କାରଣରୁ ପରୀକ୍ଷଣରେ ଏହାର ଉପସ୍ଥିତି ଚିହ୍ନଟ କରିବା କଷ୍ଟକର ।

କୁହାଯାଉଛି ଏହା କରୋନାର ନୂଆ ଭାରିଆଣ୍ଟ ନୁହେଁ । ଏହି ବିଏ.୨ ଭାରିଆଣ୍ଟ କାରଣରୁ ହିଁ ଭାରତରେ ତୃତୀୟ ଲହର ଆସିଲା । ଓମିକ୍ରନରେ ଏହି ପ୍ରକାରରେ କିଛି ଜେନେଟିକ ପରିବର୍ତ୍ତନ ଆସିଥିବା କୁହାଯାଉଥିବା ବେଳେ ବିଶେଷଜ୍ଞମାନେ ଏହାକୁ ଷ୍ଟେଲ୍ଥ ଭାରିଆଣ୍ଟ ନାମ ଦେଇଛନ୍ତି । ଓମିକ୍ରନର ବିଏ.୨ ଭାରିଆଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଚଖମା ଦେବାରେ ମାହିର ଅଟେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା କଥା କି ବିଏ.୨ ପ୍ରକାରଟି ମୁଖ୍ୟ ଭୂତାଣୁ ପରି ବିପଜ୍ଜନକ । ଯେଉଁଥିରୁ ଏହା ବିକଶିତ । ଏହା ପୂର୍ବରୁ ମଧ୍ୟ ବିଶେଷଜ୍ଞମାନେ ଏହି ଜୀବାଣୁରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଯାହା ଓମିକ୍ରନରୁ ବିକଶିତ । କହିରଖୁଛୁ ଷ୍ଟେଲ୍ଥ ଓମିକ୍ରନ ପ୍ରଥମେ ଶ୍ୱାସକ୍ରିୟାରେ ପ୍ରଭାବ ପକାଇଥାଏ ।

ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ମୁଣ୍ଡ ବୁଲାଇବା । ଶରୀରରେ ଥକ୍କାପଣ ଆସିବା । ସଂକ୍ରମଣ ୨ରୁ୩ ଦିନପରେ ଏହା ରୋଗୀଠାରେ ଦେଖାଯାଏ । ଏହା ଛଡା ଜ୍ୱର, କାଶ, ଗଳାଯନ୍ତ୍ରଣା, ଥଣ୍ଡା, ହୃଦସ୍ପନ୍ଦନ ବୃଦ୍ଧି ହେବା ସହ ମାଂସପେଶୀରେ କଷ୍ଟ ଅନୁଭବ ହେବା ଭଳି ଅନୁଭୂତ ହୋଇଥାଏ ।

ରିପୋର୍ଟ ଅନୁଯାୟୀ ଏହି ନୂତନ ଲହର ପାଇଁ କରୋନାର ଏହି ଭାରିଆଣ୍ଟ ଦାୟୀ ଅଟେ । ଏହା ଫିଲିପାଇନ୍ସ, ନେପାଳ, କାତାର, ଡେନମାର୍କରେ ମଧ୍ୟ କାୟା ବିସ୍ତାର କଲାଣି । ତେଣୁ ବିଶେଷଜ୍ଞମାନେ କହିଛନ୍ତି କି କରୋନା ଏଯାଏଁ ଶେଷ ହୋଇନାହିଁ । ସତର୍କତା ଅବଲମ୍ବନ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.