ଏଚଆଇଭି ରୁ ଆସିଛି କି କରୋନାର ନୂଆ ଭ୍ୟାରିଏଣ୍ଟ omicron , ବୈଜ୍ଞାନିକଙ୍କ ଦାବି ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଳୀ : କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭ୍ୟାରିଏଣ୍ଟକୁ ‘ଓମିକ୍ରନ୍‌’ ବୋଲି ନାମ ଦେଇଛି । ଏହାର ସବୁଠୁ ଚିନ୍ତଜନକ କାରଣ ହେଉଛି ଏହା ଦ୍ରୁତ ଭାବେ ମ୍ୟୁଟେସନ ହେଉଛି । ଶୀଘ୍ର ମ୍ୟୁଟେସନ କାରଣରୁ ଏହା ଡେଲ୍ଟା ଓ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଠାରୁ ବି ଖତରନାକ ବୋଲି ବୈଜ୍ଞାନିକମାନେ କହିଛନ୍ତି । କରୋନାର ଦ୍ୱିତୀୟ ଲହରରୁ ଶିକ୍ଷା ପାଇବା ପରେ ଭାରତ ସରକାର ମଧ୍ୟ ଏଥିପାଇଁ ସତର୍କ ହୋଇଗଲେଣି । ଏଥିପାଇଁ ଭାରତ ସରକାର ଏଡଭାଇଜରୀ ଜାରି କରିଛନ୍ତି । କୋଭିଡର ଏହି ନୂଆ ଭ୍ୟାରିଏଣ୍ଟ କ’ଣ, ଆସନ୍ତୁ ଜାଣିବା ।

ଏହି ଭ୍ୟାରିଏଣ୍ଟ କେଉଁଠୁ ଆସିଛି ?

ଲଣ୍ଡନ ସ୍ଥିତ ୟୁସିଏଲ୍‌ ଜେନେଟିକ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ର ବୈଜ୍ଞାନିକମାନେ କୁହନ୍ତି ଯେ କରୋନାର ଏହି ଭ୍ୟାରିଏଣ୍ଟ ପ୍ରଥମ ଥର ପାଇଁ କେଉଁଠୁ ଆସିଲା ଏ ସମ୍ପର୍କରେ କିଛି ସ୍ପଷ୍ଟ ମତ ନାହିଁ । ସମ୍ଭବ କିଛି ଏଚ୍‌ଆଇଭି /ଏଡ୍ସ ରୋଗୀଙ୍କ ଦେହରେ କ୍ରୋନିକ ଇନଫେକ୍‌ସନ ହୋଇଛି । ଆଫ୍ରିକୀୟ ଦେଶରେ ଏହାର କିଛି ମାମଲା ମିଳିଛି ।

କ’ଣ ଏହି ଭ୍ୟାରିଏଣ୍ଟ ବହୁତ ମାରାତ୍ମକ ?

ଏହି ଭ୍ୟାରିଏଣ୍ଟ ଦ୍ରୁତ ବେଗରେ ୩୦ ଥର ମ୍ୟୁଟେଟ ହୋଇଥାଏ । ଯାହାକି ସବୁଠୁ ବିପଦଜନକ କଥା । ଅ ।ଲଫା, ବିଟା ଓ ଡେଲଟା ଭ୍ୟାରିଏଣ୍ଟ  ତୁଳନାରେ ଏହା ମାରାତ୍ମକ ଭାବେ ରୋଗୀକୁ ତା’ର କବ୍ଜାକୁ ନେଇଥାଏ ।
ଭାରତ ସରକାର କ’ଣ କରୁଛନ୍ତି ଏଥିପାଇଁ

ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଡଭାଇଜର ଜାରି କରିଛନ୍ତି । ବିଦେଶରୁ ଆସୁଥିବା ସବୁ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ସହ ସମସ୍ତଙ୍କର କୋଭିଡ ଟେଷ୍ଟ ଜିନମ ସ୍ୱୀକ୍ୱେସିଂ କରାଯାଉ ବୋଲି ସବୁ ରାଜ୍ୟକୁ କୁହାଯାଇଛି । ସରକାର ରିସ୍କ ଲିଷ୍ଟ ବାଲା ଦେଶର ଏକ ଲିଷ୍ଟ ତିଆରି କରିଛନ୍ତି । ଏଠାରୁ ଆସୁଥିବା ସବୁ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ରିସ୍କ ଦେଶ ମଧ୍ୟରେ ରହିଛି ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ଚୀନ, ମରିଶସ, ନ୍ୟୁଜଲାଣ୍ଡ, ଜିମ୍ବାେଓ୍ଵ, ହଂକଙ୍ଗ ଓ ଇସ୍ରାଏଲ । ଏହି ସବୁ ଦେଶରୁ ଯେଉଁ ଲୋକ ଭାରତ ଆସିବେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବା ସହ ଦେଶ ଛାଡ଼ିବାର ୪୮ ଘଣ୍ଟା ପୂର୍ବରୁ କୋଭିଡ ଟେଷ୍ଟ ରିପୋର୍ଟ ଦେବାକୁ ହେବ ।

covid variant omicron
p.c : aajtak.in

ଭାରତରେ କିଛି ମାମଲା ଅଛି କି ?

ଅଧିକାରୀଙ୍କ ସୂତ୍ର ଅନୁଯାୟୀ ଏଯାଏ ଭାରତରେ କୌଣସି ‘ଓମିକ୍ରନ’ ମାମଲା ଆସିଛି କି ନାହିଁ ଜଣାପଡ଼ିନାହିଁ ।

ଦକ୍ଷିଣ ଆଫ୍ରିକାରୁ ଆସିଥିବା ୨ ଲୋକଙ୍କ କରୋନା ପଜିଟିଭ ନେଇ ଭାରତରେ ଆତଙ୍କ

ତେବେ ଦକ୍ଷିଣ ଆଫ୍ରିକାରୁ ୯୪ ଜଣ ବ୍ୟକ୍ତି କର୍ଣ୍ଣାଟକ ଫେରିଥିବା ବେଳେ ସେମାନଙ୍କ ମଧ୍ୟରେ ୨ ଜଣ କରୋନା ପଜିଟିଭ ଥିବା ଜଣାଯାଇଛି । ଫଳରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକା ଯେହେତୁ ଓମିକ୍ରନ ଭ୍ୟାରିଏଣ୍ଟ ଥିବା ନେଇ ଜଣାପଡ଼ିଛି । ତେଣୁ ଏହି ଦୁଇଜଣଙ୍କର ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ଟେଷ୍ଟ ରିପୋର୍ଟ ଆସିବା ପରେ ଏହା ‘ଓମିକ୍ରନ’ କି ନୁହେଁ ଜଣାପଡ଼ିବ । ଉଭୟଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । କର୍ଣ୍ଣାଟକରେ ୨ ଜଣ ବିଦେଶ ଫେରନ୍ତାଙ୍କ ପଜିଟିଭ ଜଣାପଡ଼ିବା ପରେ ବିଦେଶରୁ କେରଳ ଓ ମହାରାଷ୍ଟ୍ରକୁ ଫେରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଦାବି ହୋଇଛି ।

କ’ଣ କୁହନ୍ତି ଭାରତୀୟ ବିଶେଷଜ୍ଞ ?

ବିଶେଷଜ୍ଞଙ୍କ ମତରେ ଏହା ଡେଲ୍ଟା ଓ ଅନ୍ୟ ଭ୍ୟାରିଏଣ୍ଟ ଠାରୁ ମାରାତ୍ମକ । ତେବେ ଏହାକୁ ଜାଣିବା ପାଇଁ ଏହା ଉପରେ ଅଧିକ ରିସର୍ଚ୍ଚ ର ଆବଶ୍ୟକ ରହିଛି । ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ ଏହା କୋଭିଡ ଟିକାକୁ ପ୍ରଭାବହୀନ କରିପାରିବ କି ନାହିଁ । ଏବେ ଏହାକୁ ନେଇ ୟୁକେ ୬ ଆଫ୍ରିକା ଦେଶର ଫ୍ଲାଇଟ ଉପରେ ଅସ୍ଥାୟୀ ବ୍ୟାନ ଲଗାଇ ଦେଇଛି । ଆମେରିକା ଓ କାନଡ଼ା ଦେଶ ବି ଆଫ୍ରିକୀୟ ଦେଶରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନିୟମ ଲଗାଇଛି ।

ଆଫ୍ରିକୀୟ ଦେଶରୁ ଏହା ଧିରେ ଧିରେ ଅନ୍ୟ ଦେଶକୁ ସଂକ୍ରମଣ ହେଉଥିବା ନେଇ ଜଣାପଡ଼ିଛି । ଏହି ଭ୍ୟାରିଏଣ୍ଟ ଅଧିକ ମାରାତ୍ମକ ବୋଲି କ୍ରିଶ୍ଚିୟନ ମେଡିକାଲ କଲେଜ ର ଗବେଷକମାନେ କହିଛନ୍ତି । ଆଗାମୀ ସପ୍ତାହ କି ଦୁଇ ସପ୍ତାହ ମଧ୍ୟରେ ଏହା ଜଣାପଡ଼ିବ ଯେ ଏହି ଭ୍ୟାରିଏଣ୍ଟ ଟିକା ଉପରେ କେତେ ପ୍ରଭାବଶୀଳ କି ନୁହେଁ । ଭାରତ ଏଥିପାଇଁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ଦୃଷ୍ଟି ରଖିଛି ଓ ଏଥିପାଇଁ ଲୋକଙ୍କୁ କ୍ୱାରାଣ୍ଟାଇନ କରାଯାଉଛି ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.