କରୋନା ଭାଇରସ

ସୂତ୍ର ମଡେଲର ଆକଳନ: ମାର୍ଚ୍ଚରେ ଭାରତରେ ପିକ୍‌! ଦୈନିକ ହୋଇପାରେ ୧ଲକ୍ଷ ୮୦ ହଜାର ସଂକ୍ରମଣ

ନୂଆଦିଲ୍ଲୀ: ମାର୍ଚ୍ଚରେ ଭାରତରେ ପିକ୍‌ । ମାର୍ଚ୍ଚରେ ୧ଲକ୍ଷ ୮୦ ହଜାର ଦୈନିକ ସଂକ୍ରମଣ ହୋଇପାରେ । ୧୦ରୁ ଜଣେ ଆକ୍ରାନ୍ତ ହସପିଟାଲରେ ଆଡମିଟ ହେବେ । ଡେଲଟାରେ ୫ରୁ ଜଣେ ହସପିଟାଲରେ ଆଡମିଟ୍‌ ହେଉଥିଲେ । ମାର୍ଚ୍ଚ ମଧ୍ୟଭାଗରେ ୨ଲକ୍ଷରୁ କମ ହସପିଟାଲ ବେଡ୍‌ ଆବଶ୍ୟକ ପଡିବ । ଆଇଆଇଟି କାନପୁର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ଵାଲ ଏଭଳି ଆକଳନ କରିଛନ୍ତି । ସୂତ୍ର ମଡେଲର ଆକଳନରୁ ଜଣାପଡିଛି ଯେ ମାର୍ଚ୍ଚରେ ଭାରତରେ ପିକ୍‌ ଛୁଇଁବ ।

ଏପଟେ, ଆମେରିକାରେ ରେକର୍ଡ ସଂକ୍ରମଣ 

ଆମେରିକାରେ ରେକର୍ଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୯୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ ହଜାର ୧୦୮ ଜଣ । ସେହିଭଳି ୟୁକେରେ ଅଣାୟତ୍ତ କରୋନା । ୨୪ ଘଣ୍ଟାରେ ୧ ଲକ୍ଷ ୧୯ ହଜାର ୭୮୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଫ୍ରାନ୍ସରେ ୯୧ ହଜାର ୬୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ପେନରେ ଗୋଟିଏ ଦିନରେ ୭୨ ହଜାର ୯୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇଟାଲିରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୪୪ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେବା ପରେ ଇଟାଲିରେ ପୁଣି କଟକଣା ଲଗାଯାଇଛି । ସମସ୍ତ ନୂଆବର୍ଷ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ବାହାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଚୀନରେ ସବୁଠୁ ବଡ଼ ଲକଡାଉନ୍‌

ଚୀନରେ ସବୁଠୁ ବଡ଼ ଲକଡାଉନ୍‌ । ଚୀନରେ କୋଭିଡ ସଂକ୍ରମଣ ରୋକିବାକୁ ସବୁଠୁ ବଡ ଲକଡାଉନ୍‌ । ଚୀନ୍‌ ଏହାର ଜିଆନ୍‌ ସହରର କୋଟିଏ ୩୦ ଲକ୍ଷ ଲୋକଙ୍କୁ ତାଲାବନ୍ଦୀରେ ରଖାଯାଇଛି । ଚୀନରେ ଏହା ସବୁଠୁ ବଡ଼ ଲକଡାଉନ୍‌ ବୋଲି କୁହାଯାଉଛି । ଲୋକମାନଙ୍କୁ ଘରେ ରହିବାକୁ କହିଛି ଚୀନ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦିନକୁ ଥରେ ବା ଦୁଇ ଦିନକୁ ଥରେ ବାହାରିବାକୁ ଅନୁମତି ରହିଛି। ନହେଲେ ଜରୁରୀ ଆବଶ୍ୟକ ହେଲେ ବାହାରକୁ ବାହାରି ହେବ । ଜିଆନ୍‌ରୁ ଯାତ୍ରା ଉପରେ କଡ଼ା ନଜର ରଖିବେ ସ୍ୱାସ୍ଥ୍ୟ ଅଧିକାରୀ। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ । ମହାମାରୀ ଆରମ୍ଭ ଦିନରୁ ଜିରୋ ଟଲେରାନ୍‌ସ ନୀତି ଗ୍ରହଣ କରିଛି ଚୀନ୍‌ । ଜିଆନରେ ୧୪ ଜିଲ୍ଲାରେ ୧୨୭ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା । ଫଳରେ ଚୀନ ଏହାର କଟକଣା କଡାକଡି କରିଛି ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

56 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago