ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ

ଭୁବନେଶ୍ବର(କେନ୍ୟୁଜ): ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ଟି ନୂଆ ମେଡିକାଲ କଲେଜରେ କରାଯିବ କରୋନା ଟେଷ୍ଟ । ଆସନ୍ତା ୧୬ ତାରିଖରେ ବଲାଙ୍ଗୀର ଓ ୨୩ ତାରିଖରେ କୋରାପୁଟରେ ଆରମ୍ଭ ହେବ କୋଭିଡ ଟେଷ୍ଟିଂ। ସେହିପରି ବାରିପଦା ମେଡିକାଲ କଲେଜରେ ୩୧ ତାରିଖରେ ଟେଷ୍ଟିଂ ଆରମ୍ଭ କରାଯିବ । ଏନେଇ OMSCL ଜରିଆରେ ଉପକରଣ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

naba dasସେହିପରି ଜୁନ ୧୫ ସୁଦ୍ଧା ରାଜ୍ୟରେ ଦୈନିକ ୧୫ହଜାର ଟେଷ୍ଟ କରାଯିବ । ବେସରକାରୀ ହସପିଟାଲରେ କୋଭିଡ ପରୀକ୍ଷାକୁ ଅନୁମତି ଦିଆଯିବା ଉପରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଛି । କରୋନା ମୁକାବିଲା ନେଇ ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରିସ୍ତରୀୟ ବୈଠକ ବସିଥିଲା । ଭିଡିଓ କନଫରେନ୍ସିଂରେ ସ୍ୱାସ୍ଥ୍ୟ ଓ ପଞ୍ଚାୟତିରାଜ ମନ୍ତ୍ରୀ ବୈଠକରେ ସାମିଲ ହୋଇଥିଲେ ।

test୨୦୧୩ ଟବାକୋ ଆଇନକୁ ଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବୈଠକ ପରେ ସୂଚନା ଦେଇଛନ୍ତି । ବାହାରୁ ଆସୁଥିବା ପ୍ରବାସୀଙ୍କ ରିପୋର୍ଟ ନେଗେଟିଭ ଆସିଲେ ତାଙ୍କୁ ତୁରନ୍ତ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ପଠାଇ ଦିଆଯିବ । ସ୍ୱଚ୍ଛତା ନେଇ ସ୍ୱତନ୍ତ୍ର ଏସଓପି କରାଯିବ । ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ ହସପିଟାଲରେ ବେଡ ସଂଖ୍ୟା ଆଉ ୪ହଜାର ବଢ଼ାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.