ଅକ୍ଟୋବରରେ ପିକ୍‌ ହେବ ଥାର୍ଡ ୱେଭ୍ ! ଶିଶୁମାନେ ହୋଇପାରନ୍ତି ଅଧିକ ପ୍ରଭାବିତ : ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅକ୍ଟୋବରରେ ପିକ୍‌ ହେବ ଥାର୍ଡ ୱେଭ। ଥାର୍ଡ ୱେଭକୁ ନେଇ ସତର୍କ କରାଇଛି ଗୃହମନ୍ତ୍ରଣାଳୟ। ଥାର୍ଡ ୱେଭରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏଭଳି ରିପୋର୍ଟ ଦେଇଛି ଗୃହ ମନ୍ତ୍ରଣାଳୟ। NIDM ଅନ୍ତର୍ଗତ ଏକ କମିଟି ପକ୍ଷରୁ ଏପରି ସତର୍କବାଣୀ ଜାରି କରାଯାଇଛି।

ଅକ୍ଟୋବରରେ ପିକ୍‌କୁ ଯିବ କରୋନା ଭାଇରସ୍‌। ଏହି ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ। ତେଣୁ କେନ୍ଦ୍ର ସରକାରଙ୍କୁ ଏନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏଥିପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.