ଶିଶୁ ଯଦି କରୋନାରେ ସଂକ୍ରମିତ ତେବେ ଖୁଆନ୍ତୁ ଏହି ଜିନିଷ, ବୃଦ୍ଧି ହେବ ଇମ୍ୟୁନିଟି

କରୋନାର ବିପଦ ଏଯାଏ ଦେଶରୁ ଟଳିନାହିଁ । ବଡଙ୍କ ପରେ ଏବେ ଶିଶୁଙ୍କ ପ୍ରତି ଅଧିକ ବିପଦ ଦେଖାଯାଇଛି । ଏବେ ବି ୧୨ ବର୍ଷ ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ ହୋଇନାହିଁ । ଯେଉଁଥିପାଇଁ ଶିଶୁଙ୍କ ଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି । କରୋନାର ଚତୁର୍ଥ ଲହରରେ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଯଦିଓ ଶିଶୁଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି, କେତେକ ଶିଶୁଙ୍କ ଠାରେ କରୋନା ପରେ ମଧ୍ୟ କିଛି ଲକ୍ଷଣ ଦେଖାଯାଉନାହିଁ । ଯଦି ଆପଣଙ୍କ ଶିଶୁ କରୋନାରେ ସଂକ୍ରମିତ, ତେବେ କେମିତି ରଖିବେ ତାଙ୍କ ଧ୍ୟାନ ଓ କେମିତି ବଢ଼ାଇବେ ତାଙ୍କର ଇମ୍ୟୁନିଟି ଆସନ୍ତୁ ଜାଣିବା ।

କରୋନାରେ ସଂକ୍ରମିତ ଶିଶୁଙ୍କ ଏପରି ରଖିବେ ଧ୍ୟାନ :

୧. ସନ୍ତୁଳିତ ଆହର : ଆପଣଙ୍କ ଶିଶୁ ଯଦି କରୋନାରେ ସଂକ୍ରମିତ,ତେବେ ଡାକ୍ତରଙ୍କ ଔଷଧ ବ୍ୟତୀତ ସନ୍ତୁଳିତ ଆହାର ଦେବା ଜରୁରୀ ହୋଇଥାଏ । ଖାଦ୍ୟରେ ଶିଶୁକୁ ରୁଟି,ଡାଲି, ଦୁଧ,ଦହି, ଖେଚୁଡି,ଓଟ୍ସ, ଦଲିଆ,ଅଣ୍ଡା ଓ ପନିର ସାମିଲ କରନ୍ତୁ । ଏହି ପ୍ରକାର ଖାଦ୍ୟ ଶିଶୁର ସବୁ ଅଙ୍ଗକୁ ମଜବୁତ କରିବ । ଏଥିରେ ଶିଶୁ ଆକ୍ଟିଭ ରିହିବା ସହ ଶରୀରକୁ ଶକ୍ତି ମିଳିବ ।

୨. ସବୁଜ ପନିପରିବା : ଶିଶୁଙ୍କ ଖାଦ୍ୟରେ ସବୁଜ ପନି ପରିବା ଯେମିତି ଗାଜର, ବିନ୍ସ, ବ୍ରୋକୋଲି ଓ ଫଳରେ ଭିଟାମିନ ସି ବାଲା ଫଳ ଖୁଆନ୍ତୁ । ଏଥିରେ ଆପଣ ସେଓ, ଚିକୁ, କ୍ୱି ଭଳି ଫଳ ଖୁଆଇ ପାରିବେ । ଏହି ସବୁ ଫଳରେ ଥିବା କ୍ୟାରୋଟିନାଇଡସ ଇମ୍ୟୁନିଟି ବଢ଼ାଇଥାଏ । ଏହାଦ୍ୱାରା ଶରୀରରେ ହ୍ଵାଇଟ ବ୍ଲଡ ସେଲ୍ସ ଓ ଆଣ୍ଟିବଡ଼ି ତିଆରି ହୋଇଥାଏ ।

୩. ଭରପୁର ନିଦ୍ରା ଜରୁରୀ : ଶିଶୁଙ୍କ ଇମ୍ୟୁନିଟି ବଢ଼ାଇବାରେ ନୀଦ ବହୁତ ଜରୁରୀ ହୋଇଥାଏ । ଭଲ ନିଦ ଯୋଗୁ ଫାଇନ ରେଡିକଲସ କମ ହୋଇଥାଏ ଓ ଇମ୍ୟୁନିଟି ବଢ଼ିଥାଏ । ନିଦ ଶିଶୁର ବିକାଶରେ ମଧ୍ୟ କାମ କରିଥାଏ । ଜଣେ ଶିଶୁକୁ ଦିନରେ ୧୬ ଘଣ୍ଟା ଶୁଆନ୍ତୁ, ୬ ମାସରୁ ବଡ଼ ଶିଶୁଙ୍କୁ ୧୧ ରୁ ୧୪ ଘଣ୍ଟା ଓ ଏହା ଠାରୁ ବଡ଼ ଶିଶୁକୁ ୧୦ ରୁ ୧୩ ଘଣ୍ଟା ନିଦରେ ଶୋଇବା ଜରୁରୀ ।

୪. ଗରମ ପାଣି ଓ ବାମ୍ପ ଦିଅନ୍ତୁ : ଯଦି ଆପଣଙ୍କ ଶିଶୁ କରୋନା ସଂକ୍ରମିତ ତେବେ ତାକୁ ଗରମ ପାଣି ପିଇବାକୁ ଦିଅନ୍ତୁ ଓ ଦିନରେ ୧-୨ ଥର ବାମ୍ଫ ଦିଅନ୍ତୁ । ଶିଶୁର ସଫା ସୁତର ଉପରେ ଧ୍ୟାନ ଦିଅନ୍ତୁ ।

୫. ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧାନ୍ତୁ : ଯଦି ଶିଶୁ କରୋନାରେ ସଂକ୍ରମିତ ତେବେ ତାକୁ ମାସ୍କ ପିନ୍ଧାନ୍ତୁ । ଶିଶୁକୁ ଗୋଟିଏ ରୁମରେ ରଖନ୍ତୁ ଓ ବାହାରକୁ ବୁଲାଇବାକୁ ନିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.