ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍‌ କଟକଣା: ସିବିକେ ମହାନ୍ତି, DMET

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଆଉ କିଛି ଦିନ ରହୁ କୋଭିଡ୍‌ କଟକଣା। ଲୋକମାନେ କରୋନା କଟକଣାକୁ ସଠିକ୍‌ ଭାବେ ପାଳନ କରୁନାହାଁନ୍ତି, ତେଣୁ ଆଉ କିଛି ଦିନ କଟକଣା ରହିବା ଦରକାର ବୋଲି କହିଛନ୍ତି DMET ସିବିକେ ମହାନ୍ତି। କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହୁଛି। ଆଉ ୧୦ରୁ ୧୫ ଦିନ ମଧ୍ୟରେ ରାଜ୍ୟରେ ବଳକା ମୃତ୍ୟୁର ଅଡିଟ୍‌ ଶେଷ ହେବ।

ଅଗଷ୍ଟରେ ଆବଶ୍ୟକ ପଡିଲେ ସଂପୂର୍ଣ୍ଣ ଅନଲକ୍‌ ହେବ। ପରିସ୍ଥିତିକୁ ଆକଳନ କରି ନିଆଯିବ ନିଷ୍ପତ୍ତି। ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବ। ଗାଇଡ୍‌ ଲାଇନ୍‌ ଆସିବା ପରେ ପିଲାମାନଙ୍କୁ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେବେ।