ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ, ସଂଶ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନ୍ରେ

ନୟାଗଡ଼: ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ କାର୍ଯ୍ୟରତ ଡାକ୍ତର ଓ ନର୍ସ କରୋନା ପଜିଟିଭ। ଉଭୟଙ୍କ ସ୍ୱାବ ଟେଷ୍ଟ ପଜିଟିଭ୍ ଆସିବା ପରେ ଦୁଇ ଜଣଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ ପୂର୍ବରୁ ସେମାନଙ୍କଠାରେ କୌଣସି ବି ଲକ୍ଷଣ ଦେଖାଯାଇନଥିଲା।
ଅନ୍ଯପଟେ ଡାକ୍ତର ଓ ନର୍ସଙ୍କ ସଂଶ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ ସିଲ୍ କରାଯିବା ସହ ପୁରା ମେଡିକାଲକୁ ସାନିଟାଇଜ୍ କରାଯାଇଛି। ଅନ୍ୟ କେହି ସେମାନଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେନେଇ କଣ୍ଟାକ୍ଟ ଟ୍ରସିଂ ଜାରି ରହିଛି।