ୟୁରୋପରେ ଭୟଙ୍କର କୋଭିଡ ସଂକ୍ରମଣ ପରେ ଭାରତରେ ଲାଗିବ କି ବୁଷ୍ଟର ଡୋଜ ?

ନୂଆଦିଲ୍ଲୀ : ୟୁରୋପରେ କୋଭିଡ୍ ସଂକ୍ରମଣ ଭୟଙ୍କର ଭାବେ ବ୍ୟାପୁଛି । ଏହାର ପ୍ରଭାବକୁ ଦେଖିବା ପରେ ଭାରତରେ ବୁଷ୍ଟର ଡୋଜର ଆବଶ୍ୟକତା ନେଇ ପ୍ରଶ୍ନ ଉଠିଛି । ତେବେ ଭାରତରେ କିନ୍ତୁ ସଂକ୍ରମଣ ହାର କମ୍ ରହିଛି । ସରକାର କିନ୍ତୁ ବୁଷ୍ଟର ଡୋଜ ଅପେକ୍ଷା ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ବୁଷ୍ଟର ଡୋଜ୍ ଅପେକ୍ଷା ସମସ୍ତଙ୍କୁ ଦୁଇ ଡୋଜ୍ ଟିକା ଦେବା ଆବଶ୍ୟକତା ରହିଛି ।

ଏନେଇ ଆଇସିଏମ୍ଆର ମହାମାରୀ ବିଭାଗୀୟ ମୁଖ୍ୟ ଡକ୍ଟର ସମିରନ୍ ପଣ୍ଡା କହିଛନ୍ତି ଦେଶରେ ୧୮ ବର୍ଷରୁ ଅଧିକ ବର୍ଗରେ ଆସୁଥିବା ୮୦ ପ୍ରତିଶତ ବ୍ୟକ୍ତିଙ୍କୁ ଟିକାକରଣ କରାଯିବା ଆବଶ୍ୟକ । ଅନ୍ୟ ଦେଶରେ ବୁଷ୍ଟର ଡୋଜ ଦିଆଯାଉଥିଲେ ବି ଭାରତରେ ଏବେ ଏହାର ଆବଶ୍ୟକତା ନାହିଁ ।

ସରକାର କରୋନା ଭାଇରସ୍ ପ୍ରତି ଟିକାକରଣକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି । ଏପଟେ କୋଭିଡ୍ର ଚତୁର୍ଥ ଲହରକୁ ଦେଖି ଅନେକ ଦେଶ ବୁଷ୍ଟର ଡୋଜ୍କୁ ଅନୁମତି ଦେଲେଣି ।

ପ୍ରକାଶଯୋଗ୍ୟ ଯେ ଜର୍ମାନୀରେ ଏବେ ଭୟଙ୍କର ସ୍ଥିତି। ଘାତକ ସାଜିଛି ଚତୁର୍ଥ ଲହର । ନୂଆ ରେକର୍ଡ କରୁଛି ଭାଇରସ୍‌ । ଦୈନିକ ସଂକ୍ରମଣ ୫୦ ହଜାର ଟପିଛି । ଗୁରୁବାର ୫୦ ହଜାର ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହମାରୀ ଆରମ୍ଭ ଦିନରୁ ଜର୍ମାନୀରେ ସର୍ବାଧିକ ଦୈନିକ ସଂକ୍ରମଣ । ଗତ ୭ ଦିନ ଭିତରେ ସଂକ୍ରମଣ ୨୪୯.୧ ପ୍ରତିଶତ ବୃଦ୍ଧି ପାଇଛି। ହସ୍ପିଟାଲରେ ଆଉ ଜାଗା ନାହିଁ । ଅଧା ଲୋକ ଭେଣ୍ଟିଲେଟରରେ । ମୃତ୍ୟୁ ସଂଖ୍ୟା ମଧ୍ୟ ଉଦବେଗଜନକ ଭାବେ ବଢ଼ୁଛି ।

Leave A Reply

Your email address will not be published.