ଓମିକ୍ରନ ପରେ ଆଉ ନାହିଁ କୋଭିଡର ଆଗଭଳି ଭୟ, ଅଧ୍ୟୟନରୁ ପ୍ରକାଶ

ଦ ଲାନସେଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ପ୍ରକାଶ ପାଇଛି । ଯେଉଁଥିରେ କୋଭିଡ ଉପରେ ଅନେକ ବର୍ଣ୍ଣନା କରାଯାଇଛି । କୁହାଯାଇଛି ଯେ କୋଭିଡ ଜାରି ରହିବ କିନ୍ତୁ ମହାମାରୀର ସମାପ୍ତି ପାଖେଇ ଆସୁଛି । ହେଲେ ଏ ଜୀବାଣୁ ଅନ୍ୟ ଏକ ରୋଗରେ ପରିଣତ ହେବ ଯାହାକୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସମାଜ ସେହିଭଳି ପରିଚାଳନା କରିବାକୁ ପଡିବ । କୋଭିଡ ୧୯ ସଂକ୍ରମଣ ଜାରିରହିବ, କିନ୍ତୁ ମହାମାରୀର ସମାପ୍ତ ହେବାକୁ ଯାଉଛି, ଏକଥା ମଧ୍ୟ କୁହାଯାଇଛି ଯେ ଓମିକ୍ରନ ତରଙ୍ଗ ପରେ କୋଭିଡ ୧୯ ଫେରିଆସିବ କିନ୍ତୁ ମହାମାରୀ ଫେରିବ ନାହିଁ ।

ଅଧ୍ୟୟନରେ କୁହାଯାଇଛି ଯେ କୋଭିଡ ୧୯ ଅନ୍ୟ ଏକ ରୋଗ ବାରମ୍ବାର ହେବ ଯାହା ସ୍ୱାସ୍ଥ୍ୟ ବ୍ୟବସ୍ଥା ଏବଂ ସମାଜକୁ ପରିଚାଳନା କରିବାକୁ ପଡିବ । କିନ୍ତୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଓ ସମାଜଦ୍ୱାରା ଯେଉଁ ସବୁ ଅସାଧାରଣ ପଦକ୍ଷେପ ନେବାକୁ ପଡୁଥିଲା ସେ ଯୁଗ ଶେଷ ହେବ । ଜୀବାଣୁ ସଂକ୍ରମଣ ଜାରି ରହିବ ବୋଲି ବର୍ଣ୍ଣନା କରି ଅଧ୍ୟୟନରେ କୁହାଯାଇଛି । ଏକଥା ମଧ୍ୟ କୁହାଯାଇଛି ଯେ ଟୀକାକରଣ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବ ଏବଂ ସଂକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରିବ । ତଥାପି ଅଧ୍ୟୟନରେ ଦର୍ଶାଯାଇଛି ଯେ ଜୀବାଣୁଙ୍କର ପ୍ରଭାବ କମ ରହିବ ଏବଂ ଭବିଷ୍ୟତରେ ମଧ୍ୟ ସଂକ୍ରମଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ କମ ରହିବ ।

ଜୀବାଣୁଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ଟୀକାକରଣକୁ ନୂତନ ପ୍ରକାର, ଆଣ୍ଟିଭାଇରାସ୍ଲର ଆଗମନ ଓ ଅଧିକ ଜ୍ଞାନ ହେତୁ ଏହା କମ ହେବ । ଉଚ୍ଚ ଗୁଣାତ୍ମକ ମାସ୍କ ଏବଂ ଶାରୀରିକ ଦୂରତା ବ୍ୟବହାର କରି ଭବିଷ୍ୟତର ତରଙ୍ଗ ସମୟରେ ନିଜକୁ ରକ୍ଷା କରିପାରନ୍ତି । ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେଉଁ ଦେଶରେ ଓମିକ୍ରନ ତରଙ୍ଗ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି । ଯେପରିକି ପୂର୍ବ ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆ, ସେସବୁଠାରେ ସର୍ବଶେଷ ଓମିକ୍ରନ ଶିଖର ଆସିବ ବୋଲି ଆଶା କରାଯାଏ ।

ଓମିକ୍ରନ ଯୁଗରେ କୋଭିଡ ୧୯ ନିୟନ୍ତ୍ରଣ ରଣନିତୀ ପୁଣି ଆରମ୍ଭ ହେବା ଦରକାର । ଓମିକ୍ରନର ଗତି ଏବଂ ତିବ୍ରତାକୁ ଦୃଷ୍ଟିରେ ରଖି ଟ୍ରେସ କରିବା ବୃଥା ବୋଲି ମନେହେଉଛି । ମହାମାରୀ ସହିତ ରହିବା ଓ ନିଆଯାଇଥିବା ନିଷ୍ପତ୍ତି ତା ସହ ଏହି ପ୍ରୟାସ ଦ୍ୱାରା ଅନେକ ଜୀବନ କିପରି ରକ୍ଷା ପାଇଛି ସେସମ୍ପର୍କରେ ଅଧ୍ୟୟନରେ ଦର୍ଶାଯାଇଛି । ଏକ ନୂତନ ଆଉ ଅଜଣା ରୋଗର ଜବାବ ଦେବା ଓ ସାମାଜିକ ସରକାରୀ ସ୍ତରରେ ନିତଗତ ନିଷ୍ପତ୍ତି ଗ୍ରହଣ କରିବା ତା ସହ ଜୀବନଯାପନ ପ୍ରଣାଳୀ ସେ ସମସ୍ତ ଉପରେ କୁହାଯିବା ସହିତ ଯେଉଁ ପ୍ରୟାସ ଅଗଣିତଙ୍କ ଜୀବନ ରକ୍ଷା କରିଛି ସେସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.