କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମାର ସୁବାସ ନଗର ବସ୍ତି, ଟ୍ରାଭେଲ ହିଷ୍ଟ୍ରି ନଥାଇ ଏଠାରୁ ବାହାରିଛନ୍ତି ଏକାଧିକ ଆକ୍ରାନ୍ତ

ଭୁବନେଶ୍ବର: କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଡୁମୁଡୁମାର କିଛି ଅଞ୍ଚଳ। ଡୁମୁଡୁମାର ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମ୍‌ସି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ଏଠାରୁ ବାହାରିଛନ୍ତି ଏକାଧିକ ଆକ୍ରାନ୍ତ। ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଆଜି ରାଜ୍ଯରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରୁ ୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କଣ୍ଟାକ୍ଟରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୫ଟି ଜିଲ୍ଲାରୁ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ ପଜିଟିଭ୍ ସଂଖ୍ୟା ୪,୮୫୬କୁ ବୃଦ୍ଧି ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.