ଆଣ୍ଟିଜେନ୍‌ ଟେଷ୍ଟ ଫଳାଫଳରେ ତ୍ରୁଟି : ମହାରାଷ୍ଟ୍ର ଓ ଦିଲ୍ଲୀରେ ଲକ୍ଷଣ ଥିବା ରୋଗୀଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ବାହାରୁଛି ପଜିଟିଭ୍‌

ମହାରାଷ୍ଟ୍ର: ଧୋକା ଦେଉଛି ଆଣ୍ଟିଜେନ୍‌ ଟେଷ୍ଟ! କୋଭିଡ୍‌-୧୯ର ଆଣ୍ଟିଜେନ୍‌ ଟେଷ୍ଟରେ ସବୁ ରିପୋର୍ଟ ନେଗେଟିଭ ଆସୁଥିବା ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଯେଉଁ ରିପୋର୍ଟ ଆଣ୍ଟିଜେନ୍‌ ଟେଷ୍ଟରେ ନେଗେଟିଭ୍ ଆସୁଛି, ଆର୍‌ଟି-ପିସିଆର ଟେଷ୍ଟିଂରେ ତାହା ପଜିଟିଭ ରିପୋର୍ଟ ଆସୁଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଯେତେକ ଆଣ୍ଟିଜେନ୍‌ ଟେଷ୍ଟ ହୋଇଛି ସେଥିରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସୁଥିବା ଦେଖିବାକୁ ମିଳିଛି। ତେବେ ୧୧୩ ହସପିଟାଲ ମଧ୍ୟରୁ ପ୍ରତ୍ୟେକ ଦିନ ତାମିଲନାଡୁରେ ପାଖାପାଖି ୫୦ ହଜାର ଲୋକଙ୍କର ଟେଷ୍ଟ ହେଉଛି।

ସୂଚନା ମୁତାବକ, ଲକ୍ଷଣ ଦେଖାଦେଉଥିବା ୬୫ ପ୍ରତିଶତ ଲୋକଙ୍କର ଆଣ୍ଟିଜେନ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏନେଇ ମୁମ୍ବାଇରେ ଥିବା ଦୁଇଟି ମେଜର ସିଭିକ୍‌ ଲାବ୍ରୋରୋଟିରୁ ଏହା ଜଣାପଡିଛି। ପରବର୍ତ୍ତୀ ସମୟରେ ଆର୍‌ଟି-ପିସିଆର ଟେଷ୍ଟିଂ କଲେ ତାହା ପଜିଟିଭ ରିପୋର୍ଟ ଆସୁଛି। ଲକ୍ଷଣ ଦେଖାଦେଉଥିବା ଲୋକଙ୍କର ଜୁନ୍‌ ୧୮ରୁ ଜୁଲାଇ ୨୧ ମଧ୍ୟରେ ହୋଇଥିବା ଟେଷ୍ଟି ରିପୋର୍ଟ ନେଗେଟିଭ ଆସିଥିବା ବେଳେ, ପରବର୍ତ୍ତୀ ସମୟରେ ଆର୍‌ଟି-ପିସିଆର ଟେଷ୍ଟିଂ କଲେ ପଜିଟିଭ ରିପୋର୍ଟ ଆସୁଛି।

ଏହି ସମୟ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ଅନୁସାରେ ଦିଲ୍ଲୀରେ ୩.୬ ଲକ୍ଷ ଟେଷ୍ଟ ହୋଇଛି। ତାହା ସବୁ ଆଣ୍ଟିଜେନ୍‌ ଟେଷ୍ଟ ପ୍ରଣାଳୀରେ ହୋଇଛି। ଏହି ଟେଷ୍ଟିଂ ମଧ୍ୟରୁ ୬ ପ୍ରତିଶତ ପଜିଟିଭ୍‌ ରିପୋର୍ଟ ପରବର୍ତ୍ତୀ ସମୟରେ ଆସିଛି। ତାହା ମଧ୍ୟରୁ ଲକ୍ଷଣ ଥିବା କେସ୍‌ ୨ ହଜାର ୨୯୪ ରହିଥିବା ବେଳେ, ପୁଣି ଥରେ ଏହି କେସ୍‌ ଗୁଡ଼ିକୁ ଆର୍‌ଟି-ପିସିଆର ଟେଷ୍ଟିଂ ହୋଇଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.