ବାର୍ଷିକ ପର୍ବରେ ପ୍ରାୟ ୧ କୋଟି କୁକୁର କାଟି ଖାଇଯାଆନ୍ତି ଚୀନ ଲୋକେ, ଜାଣନ୍ତୁ କେଉଁ ପଶୁର ମାଂସ ସବୁଠୁ ଅଧିକ ପସନ୍ଦ କରିଥାନ୍ତି ଏମାନେ

ଚୀନର ବୁହାନରୁ ଆରମ୍ଭ ହୋଇଥିବା କରୋନା ଏବେ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି । କିଛି ଲୋକଙ୍କ କହିବା ଅନୁଯାୟୀ ଏହି ଭାଇରସ୍ ଚୀନର ଫିସ୍ ମାର୍କେଟରୁ ଆସିଥିବା ବେଳେ ଆଉକିଛି ଲୋକ ଏହା ଚୀନ ଲ୍ୟାବରେ ପ୍ରସ୍ତୁତ କରାଯାଇଥିଲା ବୋଲି କୁହନ୍ତି । ତେବେ ସତ ଯାହାବି ହେଉ ଚୀନ ସର୍ବଦା ଦୁର୍ଲଭ ପଶୁପକ୍ଷୀ ମାରି ଖାଇବାରେ ଆଗରେ ରହିଥାଏ ।

The Yulin Dog Meat Festival Is Set For June 21, Despite Protests ...

 

ସୁଚନା ଅନୁଯାୟୀ ଚୀନରେ ବାଦୁଡ଼ି, ସାପ, ଓଟ ଇତ୍ୟାଦି ସହିତ ୩୨ ପ୍ରକାରର ଜୀବଜନ୍ତୁ ମାରି ଖାଇଥାନ୍ତି । ତେବେ କରୋନା ଭଳି ଏକ ମାରାତ୍ମକ ଭାଇରସ୍ ଚୀନରୁ ବ୍ୟାପିବା ପରେ ଏଠାକାର ସରକାର ଏବେ କୁକୁର ଭଳି ପଶୁକୁ ନିଜ ଖାଦ୍ୟ ତାଲିକାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କୁକୁରକୁ ନିଜ ଖାଦ୍ୟ ତାଲିକାରୁ ହଟାଇବା ପରେ ମଧ୍ଯ ସେଠାକାର ଲୋକେ ଏହାକୁ ଖାଇବା ବନ୍ଦ କରିପାରିନାହାନ୍ତି । ଚୀନର ଲୋକମାନେ ଚିକେନ୍, ମଟନ ନୂହେଁ ବରଂ କୁକୁର, ବିଲେଇଙ୍କ ମାଂସ ଖାଇବାକୁ ପସନ୍ଦ କରିଥାନ୍ତି ।

STOP THE TORTURE — The Vanderpump Dog Foundation

ଖବର୍ ମୁତାବକ ପୂର୍ବରୁ ମଧ୍ଯ ଚୀନ କରୋନା ଭଳି ଅନେକ ବେମାରୀର ମୂଳ ରହି ସାରିଛି । ପୂର୍ବରୁ ଏହି ଦେଶରେ ସାର୍ସର ଆରମ୍ଭ ହୋଇଥିଲା ଯାହାକି ସେହି ଭେଟ ମାର୍କେଟରୁ ଆରମ୍ଭ ହୋଇଥିଲା ବୋଲି କୁହଯାଏ । ତେବେ ଚୀନ କରୋନା ଓ ସାର୍ସ ଭଳି ଅନେକ ସଂକ୍ରମିତ ଭାଇରସ୍ ବିସ୍ତାର କରିଚାଲିଛି । ଚୀନର ଲୋକମାନଙ୍କୁ କୁକୁରର ମାଂସ ବହୁତ୍ ପସନ୍ଦ । ସେଥିପାଇଁ ସେଠାରେ ପ୍ରତିବର୍ଷ ଡଗ୍ ମିଟ୍ ଫେଷ୍ଟ ଆୟୋଜନ କରାଯାଇଥାଏ । ମିଳିଥିବା ଖବର୍ ମୁତାବକ ପ୍ରତିବର୍ଷ ଚୀନର ଲୋକମାନେ ଏହି ପର୍ବରେ କୋଟି କୋଟି କୁକୁର କାଟି ଖାଇ ଯାଇଥାନ୍ତି । ତେବେ ବର୍ତ୍ତମାନ୍ ଚୀନ ସରକାର କେବଳ ୧୮ ପ୍ରକାର ପଶୁ ମାଂସ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି, ଯେଉଁଥିରେ ଘୋଡା, ଗଧ, ଘୁସୁରି, ଓଟ, ଗାଈ, ଠେକୁଆ ଇତ୍ୟାଦି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.