ରୂପ ବଦଳାଉଛି କରୋନା: ଭାଇରସର ଆଉ ଏକ ନୂଆ ଭାରିଆଣ୍ଟ ଠାବ

ପୁନେ: ରୂପ ବଦଳାଉଛି କରୋନା । ଭାଇରସର ଆଉ ଏକ ନୂଆ ରୂପ । ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ପୁନେର ନ୍ୟାସନାଲ ଇନଷ୍ଟୁିଚ୍ୟଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ଜିନୋମ୍‌ ସିକ୍ୱେନ୍ସିଙ୍ଗ୍‌ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଠାରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ଯାତ୍ରୀଙ୍କ ନାକ ଓ ଗଳାରୁ ସଂଗହୃତ ସ୍ୱାବରୁ ଏହି ଭାରିଆଣ୍ଟ ମିଳିଥିଲା। ଭାରିଆଣ୍ଟରେ ସାଘାଂତିକ ଲକ୍ଷଣ ଦେଖିବାକୁ ମିଳୁଛି। ଏହା ‘ଡେଲ୍ଟା’ ଭାରିଆଣ୍ଟ ସହିତ ପ୍ରାୟତଃ ସମାନ । ଆଲ୍ଫା ଭାରିଆଣ୍ଟଠାରୁ ଅଧିକ ବିପଜ୍ଜନକ ।

ଏହି ଭାରିଆଣ୍ଟରେ ସଂକ୍ରମିତ ହେଲେ ରୋଗୀଙ୍କ ଓଜନ ୭ ଦିନ ମଧ୍ୟରେ ହ୍ରାସ ପାଇବ । ସଂକ୍ରମଣ ତୀବ୍ର ହେଲେ ରୋଗୀର ଫୁସଫୁସ୍‌ ସଂକ୍ରମିତ ହୋଇଥାଏ। ବୈଜ୍ଞାନିକମାନେ ଏହା ଉପରେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ପରୀକ୍ଷା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.