କରୋନା ଭାଇରସ

ଆଜିଠୁ ସାରା ଦେଶରେ ଖୋଲିବ ଦୋକାନ, ଜାଣନ୍ତୁ କେଉଁ ଦୋକାନ ଖୋଲିବ ଏବଂ କେଉଁଟା ବନ୍ଦ ରହିବ

ଆଜିଠୁ ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଆବାସିକ ପରିସର ଓ ମାର୍କେଟ କମ୍ପ୍ଲେକ୍ସରେ ପଞ୍ଜିକୃତ ସମସ୍ତ ଦୋକାନ ଖୋଲା ରହିବ ।

ଏବେ ଆସନ୍ତୁ ନଜର ପକାଇବା ଆଜିଠୁ କ’ଣ ଖୋଲା ରହିବ

– ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଆବାସିକ ପରିସର ଓ ମାର୍କେଟ କମ୍ପ୍ଲେକ୍ସରେ ପଞ୍ଜିକୃତ ସମସ୍ତ ଦୋକାନ
– ସହରାଞ୍ଚଳରେ ଅଲଗା ଥିବା ଦୋକାନ
– ଆବାସିକ ଦୋକାନ
– ଆବାସିକ ଅଞ୍ଚଳ ଓ ଆଞ୍ଚଳିକ ବଜାରରେ ଥିବା ସମସ୍ତ ଦୋକାନ
– ମାର୍କେଟ କମ୍ପ୍ଲେସ ଭିତରେ ନଥିବା ସେଲୁନ୍‌
– ଆବାସିକ କ୍ଷେତ୍ରରେ ଅଲଗା ଥିବା ଟେଲର ଦୋକାନ
– ମହାନଗର ଓ ପୌରାଞ୍ଚଳ ବାହାରେ ପଞ୍ଜିକୃତ ଦୋକାନ ୫୦% କର୍ମଚାରୀରେ ଖୋଲିବେ
– ମାସ୍କ ଓ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ମାନିବେ
– ସହରାଞ୍ଚଳର ଆବାସିକ ଅଞ୍ଚଳ ଓ ଅଲଗା ଥିବା ଦୋକାନରେ କେବଳ ଅଣଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେବ

ଏବେ ଆସନ୍ତୁ ନଜର ପକାଇବା କ’ଣ ବନ୍ଦ ରହିବ

– ମଲ୍‌ ଓ ସିନେମା ହଲ୍‌ ବନ୍ଦ
– ଗୋଟିଏ କମ୍ପ୍ଲେକ୍ସରେ ଏକାଠି ଥିବା ଦୋକାନ
– ମଲ୍‌ଟି ବ୍ରାଣ୍ଡ ମଲ୍‌ ଓ ସିଙ୍ଗଲ୍‌ ବ୍ରାଣ୍ଡ ମଲ୍‌
– ସପିଂ କମ୍ପ୍ଲେକ୍ସ
– ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ
– ମଲ୍‌ ଭିତରେ ଥିବା ବୁଟିକ୍‌
– ମଦ ଦୋକାନ

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

10 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

25 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

37 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

38 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago