ରାଜ୍ୟରେ ୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର

ଭୁବନେଶ୍ବର: ରାଜ୍ୟରେ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ପରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହି ସୂତ୍ରରୁ ଜଣାପଡିଛି କି ୭ କରୋନା ପଜିଟିଭଙ୍କ ମଧ୍ଯରୁ ୫ ଭଦ୍ରକର ଏବଂ ୨ ବାଲେଶ୍ବରର ।

BASUDEBPUR

ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳରୁ ୨ଜଣ ଏବଂ ବାସୁଦେବପୁର ଅଞ୍ଚଳରୁ ୩ଜଣ । ତେବେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଭଦ୍ରକରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ, ବାଲେଶ୍ବରରେ ଏହି ସଂଖ୍ୟା ୩ରେ ପହଁଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.