ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ୍, ବାହାରୁ ଫରିଥିବା ଲୋକଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚିତ କରିବାକୁ ନିର୍ଦ୍ଦେଶ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପ୍ରତି ଗାଁରେ ଗଠିତ ହେବ ରାପିଡ୍ ରେସପନ୍ସ ଟିମ । ଜିଲ୍ଲାକୁ ରାଜ୍ୟ ଓ ଦେଶ ବାହାରେ କରୋନା ଭୟରେ ହଜାର ହଜାର ଲୋକ ଫରିଥିବା ସୂଚନା ରହିଛି । ସେମାନଙ୍କ ଭିତରୁ ପ୍ରାୟତଃ ଲୋକେ ଫେରିଛନ୍ତି । ତେବେ ସେଥିରୁ ବହୁ ଲୋକ ସରକାରଙ୍କୁ ନିଜର ଗସ୍ତ ତଥ୍ୟ ପ୍ରଦାନ କରିଥିଲେ । କିନ୍ତୁ କିଛି ଲୋକ ନିଜର ତଥ୍ୟ ସରକାରଙ୍କୁ ଲୁଚେଇଛନ୍ତି । ଏଣୁ ଅନେକ ସ୍ଥାନରେ କରୋନା ସଂକ୍ରମିତ ଲୁଚି ରହିଥିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ସୂଚିତ କରିବା ପାଇଁ ପ୍ରତି ଗାଁରେ ରାପିଡ୍ ରେସପନ୍ସ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

orderଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ଏନେଇ କହିଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟାର ବୃଦ୍ଧିକୁ ଦୃଷ୍ଟିରେ ରଖି ଗ୍ରାମାଂଚଳରେ ଏହି ସଂକ୍ରମଣ ଯେଭଳି ନ ବ୍ୟାପିବ ସେନେଇ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତି ଗାଁରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାରେ ସହାୟତା କରିବା ପାଇଁ ଗାଁର ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ୱାର୍ଡ ସଦସ୍ୟଙ୍କୁ ନେଇ ଏକ ୪ ଜଣିଆ ରେପିଡ୍ ରେସପନ୍ସ ଟିମ୍ ଗଠିତ କରିବାକୁ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ, ବିଡିଓ, ସିଡିପିଓ, ସ୍ଥାନୀୟ ଚିକିତ୍ସାଧିକାରୀ ଓ ଗୋଷ୍ଠି ଶିକ୍ଷାଧିକାରୀଙ୍କ ପରାମର୍ଶରେ ପ୍ରତ୍ୟେକ ଗାଁରୁ ୪ଜଣିଆ ଟିମ୍ ଗଠିତ ହୋଇଛି । ଏହି ଟିମକୁ ବିଭିନ୍ନ ବ୍ଲକ ତାଲିମ ଦିଆଯାଇଛି । ସେମାନେ ଗାଁ ଗାଁ କୁ ଯାଇ କରୋନା ସଂକ୍ରମଣର ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବେ , ସେମାନେ ସ୍ୱ ଅନ୍ତବାସରେ ରହିବା ନିମନ୍ତେ ପରାମର୍ଶ ଦେବା ଓ ଆବଶ୍ୟକ ପଡ଼ିଲେ ସ୍ୱାବ୍ ପରୀକ୍ଷଣ ପାଇଁ ପ୍ରଶାସନର ପରାମର୍ଶ ଦେବେ। ଏହି ଟିମ୍ ଗାଁକୁ ଆସିଥିବା ବିଦେଶାଗତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ । କ୍ୱାରେଣ୍ଟନରେ ଥିବା ଘର ଉପରେ ସତର୍କ ନଜର ରଖିବେ । ଗାଁରେ ସାମାଜିକ ଦୂରତ୍ୱ ରକ୍ଷା କରିବାର ବ୍ୟବସ୍ଥା କରିବେ ।

order1ଏହା ସହ ଲୋକଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଆଦି ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ସଚେତନ କରିବେ ।ସେହିଭଳି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ଥିବା ଏନ.ସି. ସି, ଏନ.ଏସ.ଏସ,ନେହେରୁ ଯୁବକେନ୍ଦ୍ର, ବିଜୁ ଯୁବ ବାହିନୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସିଭିଲ୍ ଡିଫେନ୍ସ, ରେଡ଼କ୍ରସ, ସ୍କାଉଟ୍ ଓ ଗାଇଡ୍ ଆଦି ସଂଗଠନ ପକ୍ଷରୁ ସ୍ୱେଚ୍ଛାସେବୀଙ୍କ ତାଲିକା ପ୍ରତି ପଂଚାୟତ ସ୍ତରରେ ଚିହ୍ନଟ କରି ସେମାନଙ୍କ ନାମ ଓ ମୋବାଇଲ ନମ୍ବର ସଂଗ୍ରହ କରି ତାଲିକା ପ୍ରସ୍ତୁତ ଆଗାମୀ ୩ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଡିଓ, ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶକୁ ଦିଆଯାଇଛି । ଏହି ସ୍ୱେଚ୍ଛାସେବୀମାନଙ୍କୁ ଜିଲ୍ଲାରୁ ଲଗ ଡାଉନ ଉଠିବା ପରେ ଆବଶ୍ୟକ ସମୟରେ କରୋନା ମୁକାବିଲାରେ ନିୟୋଜିତ କରାଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.