ଗଞ୍ଜାମ ଜିଲ୍ଲାରେ ଚାରି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଚାରି କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ। ଏହି ୪ଜଣ ସରକାରୀ କର୍ମଚାରୀ କୋଭିଡ୍-୧୯ ରେ କାର୍ଯ୍ୟ କରି ମୃତ୍ୟୁ ଘଟିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । କରୋନା ମୁକାବିଲା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ରୂପେ ପ୍ରତିପାଦନ କରିଛନ୍ତି ।

ସୂଚନା ଥାଉକି, ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ବଢିଚାଲିଛି । ବିଶେଷ କରି ଜିଲ୍ଲାକୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରବାସୀ ଓଡିଆ ଓ ଶ୍ରମିକ ଆସିଛନ୍ତି । କୋରେଣ୍ଟାଇନ୍ ସେଣ୍ଟରରୁ ବାହାରିବା ପରେ ହୋମ୍ କୋରେଣ୍ଟାଇନରେ ରହୁଛନ୍ତି । ତଥାପି ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି ।

corona cuttackପ୍ରବାସୀଙ୍କ ସମେତ ଗାଁ ଠୁ ସହର କିଛି ଲୋକ ଓ ସରକାରୀ କର୍ମଚାରୀ ତଥା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଏହି ମାନଙ୍କମଧ୍ୟରୁ ଚାରି ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେବା ପରେ ସ୍ତବ୍ଧ ହୋଇଯାଇଛନ୍ତି ସେମାନଙ୍କ ପରିବାର ବର୍ଗ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.