TRAI ପରାମର୍ଶ ପରେ jio ଠୁ ନେଇ BSNL ପର୍ଯ୍ୟନ୍ତ ସମସ୍ତ ଟେଲିକମ କମ୍ପାନୀ ବଢ଼ାଇଦେଲେ ନିଜର ଭ୍ୟାଲିଡିଟି, ତାସହିତ ଫ୍ରି ଟକଟାଇମ୍

କରୋନା ଭାଇରସ୍ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ ରେଗୁଲେଟୋରି (TRAI) ପ୍ରିପେଡ ୟୁଜର୍ସଙ୍କର ପ୍ଳାନର ବୈଧତା ବଢାଇବା ପାଇଁ ଟେଲିକମ କମ୍ପାନୀ ଗୁଡିକୁ ପରାମର୍ଶ ଦେଇଥିଲା । ତେବେ ଟ୍ରାଇର ଏହି ଅପିଲ ପରେ ସମସ୍ତ ଟେଲିକମ କମ୍ପାନୀ ଗୁଡିକ ନିଜର ପ୍ରିପେଡ ଗ୍ରାହକ ମାନଙ୍କର ଭ୍ୟାଲିଡିଟି ବଢାଇ ଦେଇଛି । ଏଥିରେ ବିଏସଏନଏଲ ସହିତ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ମଧ୍ଯ ସାମିଲ ରହିଛନ୍ତି । ତାହେଲେ ଆସନ୍ତୁ ଜାଣିବା କେଉଁ କମ୍ପାନୀ କି କି ଅଫର ଦେଇଛନ୍ତି ।

ଜିଓ ପ୍ଲାନ

ଜିଓ ଫୋନ ଉପଭୋକ୍ତାମାନଙ୍କ ଫୋନରେ ପ୍ରିପେଡ ପ୍ୟାକ ସରିଯାଇଥିଲେ ବି ସମସ୍ତଙ୍କ ଇନକମିଂ କଲ ଏପ୍ରିଲ୍ ୧୭ ଯାଏଁ ବୈଧ ରହିବ । ଦେଶର ଯେ କୌଣସି ସ୍ଥାନରୁ ୧୦୦ ମିନିଟ ମାଗଣା କଲ କରିପାରିବେ ଓ ୧୦୦ଟି ମାଗଣା SMS ପଠେଇ ପାରିବେ ।

ଏୟାର୍‌ଟେଲ୍‌ ପ୍ଲାନ

ନିଜର ୮ କୋଟି ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏୟାର୍‌ଟେଲ୍‌ ପ୍ରତି ପ୍ଲାନ୍‌ର ବୈଦ୍ଧତା ଏପ୍ରିଲ୍‌ ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । କମ୍ପାନୀର ପ୍ରତ୍ୟେକ ଗ୍ରାହକ ପ୍ଲାନ୍ ସରିଗଲେ ମଧ୍ୟ ଏପ୍ରିଲ୍ ୧୭ ତାରିଖ ପର୍ଯ୍ୟନ୍ତ କଲ୍‌ ଗ୍ରହଣ କରିପାରିବେ ବୋଲି କମ୍ପାନୀ ଘୋଷଣା କରିଛି । ଏହା ଅତିରିକ୍ତ କଲ୍‌ ଓ ମେସେଜ୍ କରିବା ପାଇଁ କମ୍ପାନୀ ଗ୍ରାହକଙ୍କୁ ୧୦ ଟଙ୍କା ଲେଖାଏ ଟକ୍ ଟାଇମ୍‌ ସୁବିଧା ଦେଉଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗ୍ରାହକ ଏହି ସୁବିଧା ପାଇପାରିବେ ।

Reliance Jio, Airtel, Vodafone-Idea set to bring 'bad news' for ...

 

ଭୋଡାଫୋନ ଆଇଡ଼ିଆ ପ୍ଲାନ

ଭୋଡାଫୋନ ଆଇଡିଆ ମଧ୍ଯ ଏହି ସଙ୍କଟ ସ୍ଥିତିରେ ନିଜର ୧୦ କୋଟି ଗ୍ରାହକଙ୍କ ପାଇଁ ପ୍ରିପେଡ ଭ୍ୟାଲିଡିଟି ୧୭ ଏପ୍ରିଲ ପର୍ଯ୍ୟନ୍ତ ବଢାଇ ଦେଇଛି । ଏହାସହିତ ଭୋଡାଫୋନ ଆଇଡିଆ ଲିମିଟେଡ ଘୋଷଣା କରିଛି ଯେ କମ୍ ଆୟଧାରୀ କୋଟି କୋଟି ଉପଭୋକ୍ତାଙ୍କୁ ବିନା ରିଚାର୍ଜରେ ଇନକମିଙ୍ଗ କଲର ସୁବିଧା ଉପଲବ୍ଧ କରାଇବେ । ଏହାସହିତ ସେମାନଙ୍କୁ ୧୦ ଟଙ୍କାର ଅତିରିକ୍ତ ଟକଟାଇମ୍ ମାଗଣାରେ ମିଳିବ ।

ବିଏସ୍‌ଏନ୍‌ଏଲ୍‌ ପ୍ଲାନ୍ସ

ମାର୍ଚ୍ଚ ୨୨ ତାରିଖରୁ ସାରା ଦେଶରେ ଲକ୍‌ ଡାଉନ୍‌ ସମୟ ଚାଲିଛି । ଏହା ଏପ୍ରିଲ୍‌ ୧୪ରେ ଶେଷ ହେବ । ଏହି ଲକ୍‌ଡାଉନ୍‌ ସମୟରେ ଯଦି କୌଣସି BSNL ଗ୍ରାହକଙ୍କର ଭ୍ୟାଲିଡିଟି ସରିଯାଏ, ତେବେ ଗ୍ରାହକଙ୍କ ପାଇଁ କମ୍ପାନୀ ଏପ୍ରିଲ୍ ୨୦ ତାରିଖ ପର୍ଯ୍ୟନ୍ତ ମାଗଣା କଲ୍‌ ରିସିଭ୍ ସୁବିଧା ଯୋଗାଇ ଦେବ । ଏଥିସହିତ ଜିରୋ ବାଲାନ୍ସ ଥିବା ଆକାଉଣ୍ଟରେ ୧୦ ଟଙ୍କା ବାଲାନ୍ସ ଦେବାକୁ ଘୋଷଣା କରିଛି କମ୍ପାନୀ । ଏଭଳି ଜରୁରୀକାଳୀନ ପରିସ୍ଥିତିରେ ବିଏସ୍‌ଏନ୍‌ଏଲ ଗ୍ରାହକ ପରସ୍ପରରେ ସହିତ ଯୋଡ଼ି ହୋଇ ରହିବାକୁ କମ୍ପାନୀ ଏହି ସୁବିଧା ଦେଇଛି । ବିଏସ୍‌ଏନ୍‌ଏଲ୍ ଆପ୍ ଓ ୱେବ୍‌ସାଇଟ୍‌ର ବିଭିନ୍ନ ବିକଳ୍ପ ବାଛି ଗ୍ରାହକ ତାଙ୍କ ଆକାଉଣ୍ଟ ରିଚାର୍ଜ କରିପାରିବେ ବୋଲି  ବିଏସ୍‌ଏନ୍‌ଏଲ୍ ମୁଖ୍ୟ ପ୍ରଭୀନ କୁମାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.