କ୍ୱାରେଣ୍ଟାଇନରେ ପ୍ରବାସୀଙ୍କ ପାଇଁ କେତେ ହେବ ଖର୍ଚ୍ଚ? ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ପ୍ରବାସୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର । କେତେ ଖର୍ଚ୍ଚ ହେବ ସେନେଇ ଧାର୍ଯ୍ୟ କରିଛନ୍ତି ସରକାର ।

ଆସନ୍ତୁ ଜାଣିବା କେଉଁଥିପାଇଁ ଖର୍ଚ୍ଚ ହେବ କେତେ:

-ବୟସ୍କଙ୍କ ଖାଇବା ପାଇଁ ଦିନକୁ ୧୨୦ଟଙ୍କା ଖର୍ଚ୍ଚ ହେବ r

-୧୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଦିନକୁ ଖାଇବା ଖର୍ଚ୍ଚ ୧୦୦ ଟଙ୍କା

-ବ୍ୟକ୍ତିଗତ ହାଇଜିନ୍‌ କିଟ୍‌ ପାଇଁ ଜଣ ପିଛା ୩୦୦ ଟଙ୍କା ଖର୍ଚ୍ଚ ହେବ

– ଏଥିରେ ରହିବ ବ୍ରସ୍‌, ପେଷ୍ଟ, ସାବୁନ, ତେଲ, ମାସ୍କ ଆଦି ସାମଗ୍ରୀ

-ପ୍ରତ୍ୟେକ ବେଡ୍‌ ପାଇଁ ଦୁଇଟି ବେଡ୍‌ସିଟ୍‌ ଓ ଦୁଇଟି ତକିଆ ଦିଆଯିବ

-ସଫେଇ, ସାନିଟାଇଜେସନ୍‌ ଓ ସିକ୍ୟୁରିଟି ପାଇଁ ଦିନକୁ ୨ ହଜାର ଟଙ୍କା ଖର୍ଚ୍ଚ ହେବ

-ସ୍ୱାସ୍ଥ୍ୟାବସ୍ଥା ନେଇ ପ୍ରତ୍ୟେକ ଦିନ ଅନୁଧ୍ୟାନ କରାଯିବ

Leave A Reply

Your email address will not be published.