କରୋନାରେ ସର୍ବାଧିକ ଆକ୍ରାନ୍ତ ଓ ମୃତ୍ୟୁବରଣ କରିବାରେ ମହାରାଷ୍ଟ୍ର ଆଗରେ, ଆଶ୍ୱସ୍ତିକର ଖବର ଦେଶରେ ଗତ ୧୪ ଦିନରେ ୨୫ଟି ଜିଲ୍ଲାରେ ଆସି ନାହିଁ ନୂଆ କେସ୍‌

ମହାରାଷ୍ଟ୍ର: ଚିନ୍ତା ବଢାଉଛି ମହାରାଷ୍ଟ୍ର। । ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଦୁଇ ହଜାର । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୧ ହଜାର ୯୮୫ ଜଣ ଆକ୍ରାନ୍ତ ହୋଇଥିବା ମୃତ୍ୟୁବରଣ କରିଛନ୍ତି ୧୪୯ ଜଣ । ଦେଶରେ ପ୍ରତିଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଯାଇଛି । ଦିଲ୍ଲୀରେ ୧ ହଜାର ୧୫୪ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୨୪ । ତାମିଲନାଡୁରେ ୧ ହଜାର ୭୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହାରି ଭିତରେ ଆଶ୍ୱସ୍ତିକର ଖବର ହେଉଛି, ଦେଶରେ ଗତ ୧୪ ଦିନରେ ୨୫ଟି ଜିଲ୍ଲାରେ ନୂଆ କେସ୍‌ ଆସି ନାହିଁ । ଏଯାଏ ଦେଶରେ ୩୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୩୫୨ । ଏହା ଭିତରୁ ଆକ୍ଟିଭ କେସ୍‌ ରହିଛି ୮ ହଜାର ୪୮ । ସୁସ୍ଥ ହୋଇଛନ୍ତି ୯୮୦ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.