ଆଜି ଭୁବନେଶ୍ୱରରୁ ସର୍ବାଧିକ ୬୪ ଜଣ କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୬ ଓ ଲୋକାଲ କଣ୍ଟାକ୍ଟ ୨୮ଟି କେସ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୬ ଓ ଲୋକାଲ କଣ୍ଟାକ୍ଟ ୨୮ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଭିମଟାଙ୍ଗୀରୁ ଜଣେ, ଲକ୍ଷ୍ମୀସାଗର ଉପରସାହି ରୁ ୨ ଜଣ , ସଲିଆସାହି ମହାବୀର ନଗରରୁ ୩ ଜଣ, ସଲିଆସାହି ଶ୍ରୀରାମ ନଗରରୁ ୪ ଜଣ, ଚକେଇସିଆଣୀରୁ ଜଣେ, ଭୋଇ ନଗରରୁ ୨ ଜଣ , ଦୁର୍ଗା ମଣ୍ଡପରୁ ୨ ଜଣ, ସମ ହସ୍ପିଟାଲ କଳିଙ୍ଗ ନଗରରୁ ଜଣେ , ପୋଖରୀପୁଟରୁ ୨ ଜଣ , ଡୁମଡ଼ୁମାରୁ ୪ ଜଣ, ମଂଚେଶ୍ୱରରୁ ୨ ଜଣ, ଆଚାର୍ଯ୍ୟବିହାରରୁ ଜଣେ ଏବଂ ନୀଳାଦ୍ରି ବିହାରରୁ ଜଣେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହିତ ହଟସ୍ପଟରୁ ଆସିଥିବା ଦୁଇଜଣ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Image

ସେହିପରି କ୍ୱାରେଣ୍ଟାଇନ୍‌ରୁ ଲୁଇସରୋଡ଼, କଳିଙ୍ଗ ବିହାର, ଲକ୍ଷ୍ମୀସାଗର, କେଶରୀ ନଗର, ସତ୍ୟ ନଗର, ବରମୁଣ୍ଡା, ମଂଚେଶ୍ୱର, ଆଚାର୍ଯ୍ୟବିହାର, ସଲିଆସାହି, ନୟାପଲ୍ଲୀ , ଚନ୍ଦ୍ରଶେଖରପୁର, ଚକେଇସିଆଣି, ବ୍ରହ୍ମେଶ୍ଵରପାଟଣା, ନୀଳାଦ୍ରି ବିହାର ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଆସି ରହିଥିବା ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ୩୬୮ ରହିଥିବା ବେଳେ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭୦୪ । ଏହି ଭାଇରସ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ୧୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ଭୁବନେଶ୍ୱରରେ ୩୨୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.