ଆମେରିକା: ବିଶ୍ୱ ଆର୍ଥିକ ବଜାର ଉପରେ ପଡ଼ିଛି କରୋନା ମହାମାରୀ ପ୍ରଭାବ । ଧରାଶାୟୀ ହୋଇପଡ଼ିଛି ଆମେରିକା ତୈଳ ବଜାର । ବିଶ୍ୱ ସ୍ତରରେ ଅଶୋଧିତ ତୈଳର ଚାହିଦା କମିଥିବାରୁ ୟୁଏସ୍ କ୍ରୁଡ୍ ଅଏଲ୍ ନେଗେଟିଭ୍କୁ ଖସିଆସିଛି । ଯାହା ଐତିହାସିକ ହ୍ରାସ । ଡବ୍ଲୁଟିଆଇର ନୂଆ ଦର ମୁତାବକ ସୋମବାର ପ୍ରତି ବ୍ୟାରେଲ୍ ପିଛା ମାଇନସ୍ ୩୭.୬୩ ଡଲାରକୁ ଖସି ଆସିଛି । ବିଶ୍ୱବ୍ୟାପୀ କରୋନା ଲକ୍ଡାଉନ୍ ଯୋଗୁଁ ଲୋକେ ଘରେ ରହୁଛନ୍ତି । ଅଧିକାଂଶ ପରିବହନ ସେବା ଠପ୍ ପଡ଼ିଛି । ଫଳରେ ତୈଳ ଚାହିଦା କମିଛି । ଡିମାଣ୍ଡ-ସପ୍ଲାଏରେ ବ୍ୟତିକ୍ରମ ଦେଖାଦେଉଥିବାରୁ ଅଶୋଧିତ ତୈଳରେ ଐତିହାସିକ ହ୍ରାସ ଦେଖିବାକୁ ମିଳିଛି ।