କରୋନା ଭାଇରସ

କରୋନାରେ ହୁଅନ୍ତୁ ନାହିଁ ଭ୍ରମର ଶିକାର, ଜାଣନ୍ତୁ ଆପଣ ବ୍ୟବହାର କରୁଥିବା ଜିନିଷରେ କେତେ ସମୟ ରହେ ଭାଇରସର ପ୍ରଭାବ

କରୋନା ଭାଇରସର ଦିନକୁ ଦିନ କାୟା ବିସ୍ତାର କରିଚାଲିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଜୀବନ ନାଶକ କରୋନା କାରଣରୁ ସାରା ଦେଶରେ ତିନି ଜଣ ଲୋକଙ୍କର ମ୍ରୁତ୍ୟୁ ହୋଇସାରିଲାଣି। ୧୩୧ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଅଛନ୍ତି। ଏହି କରୋନା ଭାଇରସ୍‌ ଦେଶର ୧୫ଟି ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି।

ଅନ୍ୟପଟେ ବିଷ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରସର ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ଅନେକ ଦେଶକୁ ଦିଶାନିର୍ଦ୍ଦେଶ ମଧ୍ୟ ଜାରୀ କରିଛି। ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସଫା ସୁତୁରା ଉପରେ ଅଧିକ ଧ୍ୟାନ ରଖନ୍ତୁ। ଘରର କବାଟ, ଝରକା କିମ୍ବା କୌଣସି ସ୍ଥାନରେ ହାତ ମାରିବା ଠାରୁ ଦୂରେଇ ରୁହନ୍ତୁ। ଏହାଛଡା କୌଣସି ଜିନିଷକୁ ଛୁଇଁବା ପୂର୍ବରୁ ତାହାକୁ ସାନିଟାଇଜ କରିବା ଜରୁରୀ। ଅବଶ୍ୟ ଏହାପରେ ମଧ୍ୟ ପ୍ରଶ୍ନ ଆସୁଛି ଆମେ ଘରେ ବ୍ୟବହାର କରୁଥିବା କେଉଁ ଜିନିଷରେ କେତେ ମାତ୍ରାରେ ଏହି ଭାଇରସ୍‌ ରହିଥାଏ। ଏହା ଆପଣ ନିହାତି ଜାଣିବା ଦରକାର ଯେ ଆପଣ ନିତ୍ୟ ବ୍ୟବହାର କରୁଥିବା ଜିନିଷରେ କରୋନା ଭାଇରସର ପ୍ରଭାବ କେତେ ସମୟ ରହିଥାଏ। ଏହାଛଡା ଏହି ଭାଇରସ ଆପଣଙ୍କ ଶରୀରର କେଉଁ ଅଙ୍ଗରେ କେତେ ସମୟ ରହିଥାଏ ଜାଣନ୍ତୁ।

କେଉଁ ଜିନିଷରେ କେତେ ପ୍ରଭାବ

• ପ୍ଲାଷ୍ଟିକ – ୩ ଦିନ
• ଷ୍ଟେନଲେସ୍‌ ଷ୍ଟିଲ – ୩ ଦିନ
• କାର୍ଡବୋର୍ଡ – ୨୪ ଘଣ୍ଟା
• ପଲପ୍ରଫିଲେନ୍‌ – ୧୬ ଘଣ୍ଟା
• ତମ୍ବା – ୪ ଘଣ୍ଟା
• ପବନ – ୩ ଘଣ୍ଟା

ଗୋଟେ ଘଣ୍ଟାର ସ୍ପର୍ଶରେ ଆପଣଙ୍କ ଶରୀରରେ କେତେ ସମୟ ରହିଥାଏ କରୋନା

• କାନ (୧ଥର) – ୧-୨୦ ସେକେଣ୍ଡ
• କେଶ (୪ଥର) – ୧-୧୦ ସେକେଣ୍ଡ
• ଆଖି (୩ଥର) – ୧-୫୩ ସେକେଣ୍ଡ
• ନାକ (୩ଥର) – ୧-୧୦ ସେକେଣ୍ଡ
• ଗାଲ(୪ଥର) – ୧-୧୨ ସେକେଣ୍ଡ
• ମୁହଁ(୪ ଥର) – ୧-୧୨ ସେକେଣ୍ଡ
• ଥୋଡି (୪ଥର) – ୧-୧୦ ସେକେଣ୍ଡ
• ବେକ (୧ଥର) – ୧-୨୩ ସେକେଣ୍ଡ

କରୋନାରୁ ସୁରକ୍ଷା ଜରୁରୀ

• ଛିଙ୍କିବା ଏବଂ କାଶିବା ଦ୍ୱାରା ମଧ୍ୟ ଭାଇରସ ବ୍ୟାପିବାର ଭୟ ରହିଛି।
• ଛିଙ୍କ ଏବଂ କାଶର ଡ୍ରପଲେଟସ୍‌ ୬ ଫୁଟ୍‌ ପଯ୍ୟର୍ନ୍ତ ଯାଇଥାଏ।
• କେହି ଛିଙ୍କିବା ଏବଂ କାଶିବା ପରେ ସେହି ସ୍ଥାନକୁ ଯିଏ ଛୁଇଁବେ ତାଙ୍କୁ ମଧ୍ୟ ଭାଇରସ୍‌ ବ୍ୟାପିପାରେ।
• ଲକ୍ଷାଧିକ ସଂଖ୍ୟାର ଭାଇରସର କଣିକା ରୋଗ ପ୍ରତିରୋଧକ କ୍ଷମତାକୁ କମ୍‌ କରିପାରିବ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago