କିପରି ଏବଂ କେଉଁଠି କରିବେ କରୋନା ଟେଷ୍ଟ ? କଣ ରହିଛି ଫିସ ? ଜାଣନ୍ତୁ ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା

ଭାରତରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଏହା ମଧ୍ୟ କୁହାଯାଉଛି ଯେ ଭାରତରେ ସଂକ୍ରମିତ ଲୋକଙ୍କୁ ଜାଣିବା ପାଇଁ ଯେତିକି ଟେଷ୍ଟ କରିବା ଆବଶ୍ୟକ ତାହା କରାଯାଉ ନାହିଁ । ଯଦିଓ ଏହାକୁ ଖଣ୍ଡନ କରିଛନ୍ତି ICMRର ନିର୍ଦ୍ଦେଶକ । ତାଙ୍କ କହିବା ଅନୁଯାୟୀ ଭାରତ ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକଙ୍କର ଟେଷ୍ଟ କରାଇବା ପାଇଁ ସକ୍ଷମ ଅଟେ ।

ସୂଚନା ଅନୁଯାୟୀ ବର୍ତ୍ତମାନ ଭାରତରେ ପ୍ରାଇଭେଟ ଲ୍ୟାବ ଗୁଡିକରେ ଟେଷ୍ଟିଂ ପାଇଁ ମଞ୍ଜୁରୀ ଦିଆଯାଇଛି । ICMR ର ଡାକ୍ତର ଏକ ପ୍ରେସ କନଫରେନ୍ସ ଜରିଆରେ ୨୨ ଟି ପ୍ରାଇଭେଟ ଲ୍ୟାବକୁ କରୋନା ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ଯାହାର ସାରା ଦେଶରେ ପ୍ରାୟ ୧୫,୫୦୦ କଲେକସନ ସେଣ୍ଟର ରହିଛି । ଏହାସହିତ ସେ କହିଛନ୍ତି ଯେ ବର୍ତ୍ତମାନ ଆପଣ ଡ଼ାକ୍ତରଙ୍କ ପରାମର୍ଶ ନେଇ ପ୍ରାଇଭେଟ ଲ୍ୟାବରେ ନିଜର ଟେଷ୍ଟ କରିପାରିବେ ।

मरीजों का इलाज करते डॉक्टर (फाइल फोटो)

ବର୍ତ୍ତମାନ ଡ଼ଃ ଲାଲ ପାଥୋଲ୍ୟାବରେ COVID-19ର ଟେଷ୍ଟିଂ କାମ ଆରମ୍ଭ କରିଦିଆଯାଇଛି । ଏହି ଟେଷ୍ଟର ଦାମ୍ ରହିବ ୪୫୦୦ ଟଙ୍କା ଯେଉଁଥିରେ ସ୍କ୍ରିନିଂ ଏବଂ କନଫର୍ମେସନ ଟେଷ୍ଟ ସାମିଲ ରହିଛି । ଟେଷ୍ଟ କରାଇବା ପାଇଁ ଡାକ୍ତର୍ ପ୍ରେସ୍କ୍ରିପସନ, ଫର୍ମ ୪୪ ଏବଂ ପରିଚୟ ପତ୍ରର ଆବଶ୍ୟକତା ରହିଛି । ପ୍ରାଇଭେଟ ଲ୍ୟାବର ଟେଷ୍ଟିଙ୍ଗ ଗାଇଡଲାଇନ ଅନୁଯାୟୀ ଏଠାରେ କରୋନା ଯାଞ୍ଚ ପାଇଁ ୪୫୦୦ ରୁ ଅଧିକ ଟଙ୍କା ନେଇପାରିବେ ନାହିଁ । ଏହାସହିତ ପ୍ରାଇଭେଟ ଲ୍ୟାବ ଗୁଡିକୁ ମାଗଣା ନଚେତ୍ ସବସିଡରେ କରୋନା ଟେଷ୍ଟ କରାଇବା ପାଇଁ ICMR ଅନୁରୋଧ କରିଛି ।

ଗାଇଡଲାଇନ ଅନୁଯାୟୀ ଯଦି ଆପଣଙ୍କୁ ଜ୍ୱର କିମ୍ବା ଶୁଖିଲା କାଶ ହେଉଛି ଏବଂ ନିଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଛି ତାହେଲେ ଆପଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡିବ । ଯେଉଁଠି ଡାକ୍ତର୍ କହିବେ ଯେ ଆପଣଙ୍କୁ ନୋଭେଲ କରୋନା ଭାଇରସ୍ (sars Cov-2)ର ଟେଷ୍ଟ୍ କରାଇବା ଜରୁରୀ କି ନୂହେଁ । କେବଳ ସେତିକି ନୂହେଁ ଏହାର ଟେଷ୍ଟ କରାଇବା ପାଇଁ କିଛି ଡକ୍ୟୁମେଣ୍ଟର ମଧ୍ୟ ଆବଶ୍ୟକତା ରହିଛି । ଏହା ମଧ୍ୟରେ ରହିଛି ଫର୍ମ ୪୪ ଯାହାକୁ ଡାକ୍ତର ସମ୍ପୂର୍ଣ୍ଣ ଭରିବା ସହିତ ତାଙ୍କର ସିଗ୍ନେଚର ଓ ଷ୍ଟାମ୍ପ ମଧ୍ୟ ରହିଥିବ । ତାସହିତ ରେଫର୍ କରିଥିବା ଡାକ୍ତରଙ୍କର ପ୍ରେସ୍କ୍ରିପସନ ରହିବା ମଧ୍ୟ ନିହାତି ଜରୁରୀ । ସାମ୍ପଲ ନିଆଯିବା ସମୟରେ ରୋଗୀଙ୍କର ସରକାରୀ ପରିଚୟ ପତ୍ର (ଆଧାର କାର୍ଡ/ଭୋଟର ପରିଚୟ ପତ୍ର/ପାସପୋର୍ଟ) ଏବଂ ଫୋନ ନମ୍ଵର୍ ମଧ୍ୟ ଦେବାକୁ ପଡିବ । ତେବେ ଏହିସବୁ ଡକ୍ୟୁମେଣ୍ଟ ବିନା ଟେଷ୍ଟ କରାଯିବ ନାହିଁ ।

दुनिया में कोरोना वायरस

ଟେଷ୍ଟ ପାଇଁ କିପରି କରିବେ ବୁକିଂ ?

ସରକାର ଟେଷ୍ଟ ପାଇଁ ଯେଉଁସବୁ ଲ୍ୟାବକୁ ମଞ୍ଜୁରୀ ଦେଇଛନ୍ତି ସେଥିମଧ୍ୟରୁ ଯେକୌଣସି ଗୋଟିଏ ୱେବସାଇଟକୁ ଯାଇ ନଚେତ୍ ତାଙ୍କର ମୋବାଇଲ ଆପ ଦ୍ଵାରା ଆପଣ ରେଜିଷ୍ଟର କରିପାରିବେ । ଏହାବ୍ୟତୀତ ଆପଣ ଘରେ ବସି ଅନଲାଇନରେ ସ୍ଳଟ ବୁକ କରିପାରିବେ ନଚେତ୍ କଷ୍ଟୋମର କେୟାର ନମ୍ବରରେ ଫୋନ କରି ମଧ୍ୟ ବୁକ କରିପାରିବେ । ଆପଣଙ୍କ ଫର୍ମ୍ ୪୪ ଏବଂ ପ୍ରେସ୍କ୍ରିପସନର ଯାଞ୍ଚ ପରେ ଲ୍ୟାବ ସାମ୍ପଲ ପିକଅପ୍ ପାଇଁ ରିକନଫର୍ମ କରିବେ । ଏହାସହିତ ଟେଷ୍ଟ ବୁକ କରିବା ପାଇଁ କିମ୍ବା ସାମ୍ପଲ ଦେବାପାଇଁ ଆପଣଙ୍କୁ ଲ୍ୟାବ ଯିବାକୁ ପଡିବ ନାହିଁ । ସେଥିପାଇଁ ଲ୍ୟାବ ତରଫରୁ କୌଣସି ପ୍ରଶିକ୍ଷିତ ବ୍ୟକ୍ତି ସମ୍ପୁର୍ଣ୍ଣ ପ୍ରୋଟେକ୍ସନ ସହିତ ଆପଣଙ୍କ ଘରକୁ ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.