ଉତ୍ତରପ୍ରଦେଶ: ଲକଡାଉନ ବେଳେ ଚାଲି ଚାଲି ଘରକୁ ବାହାରିଲେ ଶହ ଶହ ଲୋକ, ଦେଖିଲେ ଲାଗୁଛି କେଉଁ ମେଳା ଚାଲିଛି

କେନ୍ୟୁଜ୍(ବ୍ୟୁରୋ): ଲକ ଡାଉନ ବେଳେ ହଠାତ ଲୋକାରଣ୍ୟ ହୋଇଗଲା ଉତ୍ତରପ୍ରଦେଶର ଘାଜିପୁର ରାଜପଥ। ଦୃଶ୍ୟଦେଖି ଲାଗୁଥିଲା ଏମାନେ କେଉଁ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବେ। ବୁଝୁ ବୁଝୁ ଜଣା ପଡିଥିଲା ଏମାନେ ବିଭିନ୍ନ କମ୍ପାନୀରେ କାମ କରୁଥିଲେ। କିନ୍ତୁ ଲକ ଡାଉନ ହୋଇଯିବାରୁ  ନିଜ ନିଜ ଗାଁକୁ ଯିବାକୁ ଏଭଳି ରାସ୍ତାରେ ଚାଲି ଚାଲି ଯାଉଛନ୍ତି ଏହି ଶ୍ରମିକମାନେ। ଯେହେତୁ ଲକଡାଉନ ପ୍ରଭାବରେ ସବୁ ଗାଡି ମଟର ବନ୍ଦ ହୋଇଯାଇଛି, ଏଥିପାଇଁ ଏହି ଲୋକମାନେ ଚାଲି ଚାଲି ନିଜ ଗାଁକୁ ଯିବାକୁ ବାହାରିଥିଲେ। ପ୍ରଧାନମନ୍ତ୍ରୀ ଏହି  କରୋନା ଭାଇରସରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ପାଇଁ ଦେଶକୁ  ଲକଡାଉନ ଘୋଷଣା କରିଛନ୍ତି  କିନ୍ତୁ ଏଦ୍‌ଶ୍ୟ ଦେଖିଲେ  ଲାଗୁଛି ଏମାନେ ସଚେତନତାଠାରୁ ବହୁ ଦୂରରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.