ସ୍ୱାସ୍ଥ୍ୟ ବିଭାଗର ସୂଚନା: ଟେଷ୍ଟିଂ ବେଳେ ୮୫ ପ୍ରତିଶତ ରୋଗୀଙ୍କ ପାଖରେ ନଥିଲା ଲକ୍ଷଣ, ଆକ୍ରାନ୍ତଙ୍କ ଭିତରେ ୧୦୧ ପୁରୁଷ ଓ ୪୨ ମହିଳା

ଭୁବନେଶ୍ବର : କରୋନା ଲକ୍ଷଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ସୂଚନା । ଟେଷ୍ଟିଂ ବେଳେ କେବଳ ୧୫ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି । ସେହିପରି ୮୫ ପ୍ରତିଶତ ସଂକ୍ରମିତଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।

covid-19 tweetଏପଟେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ଭିତରେ ଅଛନ୍ତି ୧୦୧ ଜଣ ପୁରୁଷ ଓ ୪୨ ଜଣ ମହିଳା । ୧୫ରୁ ୪୦ ବର୍ଷ ଭିତରେ ଅଛନ୍ତି ସର୍ବାଧିକ ୭୧ ଜଣ ଆକ୍ରାନ୍ତ । ସେହିପରି ୪୧ରୁ ୬୦ ବର୍ଷ ଭିତରେ ୪୨ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ୧୭ ଜଣ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ଉପରେ ରହିଥିବା ବେଳେ ଶୂନରୁ ୧୪ ବର୍ଷ ଭିତରେ ଅଛନ୍ତି ୧୩ ଜଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.